ପେସା ଗ୍ରାମସଭା ପକ୍ଷରୁ ବିଶାଳ ରାଲିରେ ସାର୍ନା ଧର୍ମକୋଡ ଦାବି ନେଇ ଦାବିପତ୍ର ପ୍ରଦାନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ) :ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ଘାଘରାସାହି/କାଙ୍କି ଖେଳ ପଡିଆରେ ବହଳଦା ବ୍ଲକର ବିଭିନ୍ନ ଗ୍ରାମରୁ ପାରମ୍ପାରିକ ବେଶଭୂଷାରେ ଆସି ପହଞ୍ଚି ଥିବା ଆଦିବାସୀ ପୁରୁଷ ମହିଳା’ଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରାରେ ବହଳଦା ତହସିଲଦାରଙ୍କ ଜରିଆରେ ରାଷ୍ଟ୍ରପତି’ଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଘାଗରାସାହି/କାଙ୍କି ଖେଳ ପଡିଆରେ ସମସ୍ତେ ଏକତ୍ରୀତ ହେବା ପରେ ସ୍ବତନ୍ତ ସେନାନୀ ବାବା ତିଲକା ମାଝୀ’ଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କ ଫୋଟ ଚିତ୍ରରେ ଅତିଥିଙ୍କ ଦ୍ବାରା ମାଲ୍ୟାର୍ପଣ ଓ ପୂଜାପାଠ କରାଯାଇଥିଲା।ଏହାପରେ ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବାହାରି ବହଳଦା ବଜାର ପରିକ୍ରମା କରାଯାଇ ଆସନ୍ତା ଜନଗଣନାରେ ସ୍ବତନ୍ତ୍ର ସାର୍ନା ଧର୍ମକୋଡ ସାମିଲ କରାଯିବା ଓ ପଞ୍ଚମ ଅନୁସୂଚୀ ଅଞ୍ଚଳର ସଠିକ ବିକାଶ ତଥା ଅନୁସୂଚୀତ ଅଞ୍ଚଳରେ ରହିଥିବା ବିଭିନ୍ନ ଆଇନ ଗୁଡିକ ଲାଗୁ କରାଯିବା ଦାବିରେ ବହଳଦା ତହସିଲଦାର ଓ ବହଳଦା ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ଏହି ଦାବିପତ୍ର ମୟୁରଭଞ୍ଜ ଜିଲ୍ଲା ପେସା ଗ୍ରାମସଭା ସଭାପତି ତଥା ରାଜ୍ୟ ସଂପାଦକ ପାଣ୍ଡୁରାମ ହେମ୍ବ୍ରମ ଜିଲ୍ଲା ପେସା ଗ୍ରାମସଭା ସଂପାଦକ ନନାରାମ ମୁର୍ମୁ,ଆସେକା ର ସାଧାରଣ ସଂପାଦକ ଜିତେନ୍ଦ୍ର ହାଁସଦାଃ, ଆସେକା ଅଧ୍ୟକ୍ଷ ସୂର୍ଯ୍ୟ ହେମ୍ବ୍ରମ,ଆସେକା ସଂପାଦକ ସୂନ୍ଦର ମହନ ହେମ୍ବ୍ରମ,ପୂର୍ବତନ ବିଧାୟକ ଲକ୍ଷ୍ମଣ ହେମ୍ବ୍ରମ,ବାବାତିଲକା ପାଠାଗାର ପ୍ରତିଷ୍ଠାତା ରାମଦାସ ମୁର୍ମୁ ତଥା ପାଳସା ପିଳ୍ ପାରଗାନା ଭାଗୀରଥି ହାଁସଦାଃ ପ୍ରମୁଖ’ଙ୍କ ଅଧ୍ୟକ୍ଷତାରେ ପ୍ରଦାନ କରାଯାଇଛି।ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମରେ ପେସା ଗ୍ରାମସଭା ଉପଦେଷ୍ଟା ଠାକୁରା କିସ୍କୁ,କୋଷାଧ୍ୟକ୍ଷା କାର୍ମୀମଣୀ କିସ୍କୁ,ସୋହାଗୀ ମାର୍ଣ୍ଡୀ, ରାସଗୋବିନ୍ଦପୁର ସଂପାଦକ ସୁରେନ୍ଦ୍ର ସୋରେନ୍,ସଭାପତି ଦୂର୍ଗାଚରଣ ମାର୍ଣ୍ଡି,ଯୁବ ସଭାପତି ଦୁଲାରାମ ମୁର୍ମୁ,ପାଞ୍ଚୁ ଟୁଡୁ,ସଞ୍ଜୟ କିସ୍କୁ,ଅଶୋକ ସିଂ ସଏ,ସୁଦାମ ସୋରେନ୍ ପ୍ରମୁଖ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ।ଶେଷରେ ଉକ୍ତ କାଙ୍କି ଖେଳ ପଡିଆରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ ସଂଗଠକ ଅତିଥି ମାନେ ବିଭିନ୍ନ ବିଷୟରେ ବକ୍ତବ୍ୟ ରଖି ପ୍ରତ୍ୟକ ଗ୍ରାମରେ ପେସା ଗ୍ରାମସଭା ଗଠନ କରାଯିବା ତଥା ଲୋକଙ୍କୁ ଏକଜୁଟ ହୋଇ ନିଜର ଅଧିକାର ପ୍ରତି ସଚେତନ ହେବାକୁ କହିଥିଲେ।ଏହି କାର୍ଯ୍ୟକ୍ରମ ପେସା ଗ୍ରାମସଭା ବହଳଦା ବ୍ଲକ ସଂଯୋଜକ ବସନ୍ତ ସାଣ୍ଡିଲ,ପାଳ୍ସା ପିଳ୍ ପାର୍ଗାନା ଭାଗୀରଥି ହାଁସଦାଃ,ତାରଣା ମାଝୀବାବା ରାମଚନ୍ଦ୍ର ହେମ୍ବ୍ରମ ତଥା ପିତାମ୍ବର ମୁର୍ମୁଙ୍କ ପରିଚାଳନାରେ ଆୟୋଜିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ