ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ହାଟଡିହି ବ୍ଲକ ନ୍ଦିପଦା ଥାନା ଅଧିନସ୍ଥ ଷଡଙ୍ଗ ଗ୍ରାମରେ ଜଣେ ବ୍ୟକ୍ତି ତାର ପଡୋଶୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ସହିତ ପରିବାର ଲୋକଙ୍କୁ ଜୀବନରେ ମାରିଦେବାକୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଶାନ୍ତିଲତା ବେହେରାଙ୍କ ଅଭିଯୋଗ ଅନୁଯାଇ ଗତ ୧୫ତାରିଖ ଦିନ ତାଙ୍କ ପରିବାର ଲୋକେ ନଥିବାବେଳେ ଗ୍ରାମର ବାଇଧର ବେହେରା ନାମକ ଜଣେ ବ୍ୟକ୍ତି ତାଙଘ୍କ ଘରେ ପସି ତାଙ୍କୁ ବଳାକ୍ରାର ଉଦ୍ୟମ କରିଥିଲା । ତାଙ୍କ ଚିକ୍ରାର ଶୁଣି ତାଙ୍କ ପୁଅ ଓ ସ୍ୱାମୀ ପହଞ୍ଚି ବିରୋଧ କରିବାରୁ ସେମାନଙ୍କୁ ମାରଧର କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ପିଡିତାକୁ ଶାଳଣିଆଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମହିଳା ଜଣକ ଏ ନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ଗ୍ରହଣ ନକରିବାରୁ ଶାନ୍ତିଲତାଙ୍କ ପରିବାର ଲୋକେ ଆଜି ଆନନ୍ଦପୁର ଏସଡିପିଓଙ୍କୁ ଭେଟି ତାଙ୍କୁ ନ୍ୟାୟ ଦେବାକୁ ଗୁହାରୀ କରିଛନ୍ତି ।


