ଉଦ୍ୟାନ କୃଷି ବିଭାଗ ଆନୁକୂଲ୍ୟରେ ଛତୁଚାଷ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଉଦ୍ୟାନ କୃଷି ବିଭାଗ ଆନୁକୂଲ୍ୟରେରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ମାଧ୍ୟମରେ ଗ୍ରାମାଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ। ମାନଙ୍କୁ ଛତୁଚାଷ କ୍ଷେତ୍ରରେ ଅଧିକା ସ୍ୱାବଲମ୍ବୀ କରିବା ପାଇଁ ଏକ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭାଗୃହ ରେ ଆରମ୍ଭ ହୋଇଛି। ଏହା ଆଗାମୀ ୪ଦିନ ଧରି ଜାରି ରହିବ ବୋଲି ଜଣାପଡିଛି। କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇ ପ୍ରଶିକ୍ଷଣ ଶିବିର କୁ ଉଦଘାଟନ କରିଥିଲେ। ଗ୍ରାମାଞ୍ଚଳରେ ମହିଳା ମାନେ ନିଜର ଘର କାମ କରିବା ସହିତ ଅଳ୍ପ ଖର୍ଚ୍ଚରେ କମ ଜାଗାରେ କିଭଳି ଉନ୍ନତ ମାନର ଛତୁଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିବେ ସେହି ଉଦେଶ୍ୟରେ ଏଭଳି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି ବୋଲି ଉପଜିଲ୍ଲାପାଳ ଶ୍ରୀମିଞ୍ଜ ବକ୍ତବ୍ୟରେ କହିଥିଲେ। କାଯ୍ୟକ୍ରମରେ ସଂମାନିତ ଅତିଥି ଭାବେ ଭଞ୍ଜନଗର ବିଡ଼ିଓ ଅନିଲ କୁମାର ସେଠୀ,ଜଗନ୍ନାଥ ପ୍ରସାଦ ଅନୁପ କୁମାର ପଣ୍ଡା,ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦେଶକ ଏସ୍ ରାମା ରାଓ ,କୃଷି ବିଜ୍ଞାନ କେନ୍ଦ୍ର ଗଂଜାମ-୧ର ଡ଼. ସ୍ବାଗତିକା ସାହୁ,ସିଡିପିଓ ବିଷ୍ଣୁ ପ୍ରିୟା ସେଠୀ, ପ୍ରମୁଖ ଯୋଗ ଦେଇ ମହିଳା ମାନେ କିଭଳି ରୋଜଗାରକ୍ଷମ ହୋଇ ଆତ୍ମନିର୍ଭରଶୀଳ ହୋଇପାରିବେ ଓ ଛତୁ ଖାଇବା ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଛତୁ ମଞ୍ଜି ପ୍ରଦାନ କରାଯାଇଥିଲା। ଶିବିର ରେ ଭଞ୍ଜନଗର, ଜଗନ୍ନାଥ ପ୍ରସାଦ, ସୋରଡା ଏବଂ ବେଲଗୁଣ୍ଠାର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ସାମିଲ ହୋଇଥିଲେ। କାଯ୍ୟକ୍ରମ କୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସମ୍ବିତ ଆଚାର୍ଯ୍ୟ, ପଙ୍କଜ ଲୋଚନ ପ୍ରଧାନ ,ଚିନି ଗୁଲାପି,ସଚିନ କୁମାର ପ୍ରଧାନ,ଜଗବନ୍ଧୁ ମଲ୍ଲିକ,ବିଶ୍ୱନାଥ ମଲ୍ଲିକ ,ଅନିତା ମହାକୁଡ଼, ଅନନ୍ତ ପ୍ରଧାନ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ