ବାର୍ହା ମାଂସ ସହ ଶିକାରୀ ଗିରଫ
ଯୋଡ଼ା, (ସମୀର କୁମାର ଦାସ) : ଚମ୍ପୁଆ ରେଞ୍ଜ ଅଧିନସ୍ଥ ବାମେବାରୀ ସେକ୍ସନ କାଳିମାଟି ନିକଟ ହାଣ୍ଡିଭଙ୍ଗାରୁ ସୋମବାର ବନ ବିଭାଗ ଚଢାଉ କରି ବାର୍ହା ମାଂସ ବିକ୍ରି କରୁଥିବା ଶିକାରୀକୁ ଗିରଫ କରିବା ସହିତ ବିକ୍ରି ପାଇଁ ମାଂସକୁ ଜବତ କରିଛି । ସୂଚନା ଅନୁସାରେ ବାମେବାରୀ ଫରେଷ୍ଟର ଜିତେନ୍ଦ୍ର କୁମାର ସାହୁ କୌଣସି ସୂତ୍ରରୁ ଖବର ପାଇ ହାଣ୍ଡିଭଙ୍ଗାଠାରେ କୁଟୁରା ମାଂସ ବିକ୍ରି ହେଉଥିବା ଅବସ୍ଥାରେ ଚଢାଉ କରିଥିଲେ । ଚଢାଉ ସମୟରେ ବିକ୍ରି କରୁଥିବା ପଲାଉ ମୁଣ୍ଡାକୁ ଗିରଫ କରାଯିବା ସହିତ ପ୍ରାୟ ୧୦ କେଜି ମାଂସକୁ ଜବତ କରାଯାଇ ଚମ୍ପୁଆ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି । ଏହି ବାର୍ହା କୁ ଫାସ ବା ତୀର ଦ୍ୱାରା ଶିକାର କରାଯାଇଥିବା ବନ ବିଭାଗ ଅନୁମାନ କରିଛି । ବନ ବିଭାଗ ଉକ୍ତ ମାଂସ କୁଟୁରା କି ବାର୍ହା ଜାଣିବା ପାଇଁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପଠାଇଥିବା ଜଣାଯାଇଛି ।