ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୧୯୦ରୁ ଉର୍ଦ୍ଧ୍ବ ଘରକୁ ଜଳ ଯୋଗାଣ କାର୍ଯ୍ୟକ୍ରମ ଶୁଭାରମ୍ଭ ଉଦଘାଟନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ରାଜ୍ୟ ଜଙ୍ଗଲ,ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକର ଡୁମାକୁମ୍ପା ପଞ୍ଚାୟତର ଶାର୍ଦ୍ଦୁଳ, ହାତୀଗୁଡ଼ା ଗ୍ରାମରେ ୨ଶହରୁ ଉର୍ଦ୍ଧ୍ବ ଗୃହ,ସାନ କୋଦଣ୍ଡା ପଞ୍ଚାୟତର ମହାଗୁଡ଼ା ଠାରେ ୧୯୦ରୁ ଉର୍ଦ୍ଧ୍ବ ଘରକୁ ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ମହାଗୁଡ଼ାରେ ଲୋକଙ୍କ ସୁବିଧା ପାଇଁ କୋଠ ଘର ଉଦଘାଟନ କରିଥିଲେ। ଅପରାହ୍ନରେ ବାଉଁଶ ଲୁଣ୍ଡି ଠାରେ ଆଗାମୀ ୩୦ବର୍ଷ ପର୍ଯ୍ୟନ୍ତ ଉପଯୁକ୍ତ ପାନୀୟ ଜଳ ପ୍ରକଳ୍ପର ଭୂମି ପୂଜନ ଉତ୍ସବରେ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ସମ୍ମାନିତ ଅତିଥି ଭାବେ ବିଡ଼ିଓ ଅନୀଲ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷା ବିନ ଦଳବେହେରା, ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ବିଜେଡ଼ି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, କନ୍ଧମାଳ ସାଂସଦ ପ୍ରତିନିଧି ଦିବାକର ନାୟକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭବାନୀ ଶଙ୍କର ପ୍ରଧାନ, ପୂର୍ବତନ ସରପଞ୍ଚ ଇଂ. ଲିଙ୍ଗରାଜ ପ୍ରଧାନ, ସରପଞ୍ଚ ଶାନ୍ତିଲତା ନାୟକ,ଜିଲ୍ଲା ପରିଷଦ ସଭ୍ୟା ସୁମତି ପ୍ରଧାନ,ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର କର, ଉପ ନିର୍ବାହୀ ଯନ୍ତ୍ରୀ ପଞ୍ଚାନନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଶୂଳପାଣି ଶତପଥି କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ।ଦୀର୍ଘ ଦିନରୁ ଏଠାରେ ପାନୀୟ ଜଳ ସମସ୍ୟା ରହିଥିବାରୁ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ ୬ହଜାର ଲୋକଙ୍କୁ ପ୍ରତିଦିନ ୭୦ଲିଟର ପାନୀୟ ଜଳ ପାଇପ ଦ୍ୱାରା ବାଉଁଶ ଲୁଣ୍ଡି ଓ ଅଗଝୋଳ ଗ୍ରାମର ପ୍ରତ୍ୟେକ ଘରକୁ ଯୋଗାଇ ଦିଆଯିବ। ଭଞ୍ଜନଗର ବ୍ଲକର ଏହି ପଞ୍ଚାୟତ ପାଇଁ ସର୍ବାଧିକ ଅର୍ଥ ଏକ କୋଟି ୮୨ଲକ୍ଷ ଟଙ୍କା ବ୍ୟୟ ରେ ଆସନ୍ତା ୬ମାସ ମଧ୍ୟରେ ପ୍ରକଳ୍ପ ଶେଷ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିସହ ଲୋହରାଖଣ୍ଡି ନଦୀରୁ ଜଳ ନିଷ୍କାସନ କରି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ୨ଲକ୍ଷ ଲିଟର ବିଶିଷ୍ଠ ଏକ ସୁଉଚ୍ଚ ପାଣି ଟାଙ୍କି ନିର୍ମାଣ କରି ନିରନ୍ତର ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଥିଲେ।ଏହାପରେ ବାଉଁଶ ଲୁଣ୍ଡି ବାଇପାସ ରୋଡ଼ର ବିଜୁ ପଟ୍ଟନାୟକ ଛକ ଠାରୁ ଢୁଢୁଆ ବାଁଛେଶ୍ୱର ମନ୍ଦିର ରାସ୍ତାର ଅଲୋକୀକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ କରିଥିଲେ।ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବାଉଁଶ ଲୁଣ୍ଡି ଓ ବଡ଼ କୋଦଣ୍ଡା ପଞ୍ଚାୟତର ମିଳିତ ସହଯୋଗରେ ପ୍ରାୟ ୪୩ଟି ଏଲଇଡି ଲାଇଟ ରାସ୍ତା ପାର୍ଶ୍ଵରେ ଲଗାଯାଇଛି।