ତନ୍ଜିମ୍-ଉଲ-ଉଲେମାର ସମ୍ପ୍ରଦାୟ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା (ଚିତ୍ତରଂଜନ ଦାସ):କେନ୍ଦ୍ରାପଡାର ଜମାତ-ଏ-ଅହଲେ ସୁନ୍ନତର ଅନୁଗାମୀ ତଥା ତନ୍ଜିମ୍-ଉଲ-ଉଲେମାର ମୁସଲମାନ ସଙ୍ଗଠନର ସଭ୍ୟମାନେ ସମ୍ପ୍ରତି ସିହା ୱାକଫ ବୋର୍ଡର ପୁର୍ବତ୍ତନ ଅଧ୍ୟକ୍ଷ ୱାସିମ୍ ରିଜଭି କୋରାନର କେତେକ ଆୟତକୁ ବାଦ ଦେବା ପାଇଁ ମାନ୍ୟବର ସୁପ୍ରିମ କୋର୍ଟରେ ପିଟିସନ ଦାଖଲ କରିବା ଓ ଏ ସମ୍ପର୍କିତ ବିଭ୍ରାନ୍ତିକର ବୟାନ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ରଷ୍ଟ୍ରପତି,ପ୍ରଧାନ ମନ୍ତ୍ରୀ,କେନ୍ଦ୍ରଗୃହମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ । ସମଗ୍ର ପୃଥିବିରେ ଏକ ପ୍ରକାର ଓ ଅଦ୍ୱିତୀୟ କୁରାନ ଗତ ୧୪ ଶହରୁ ଉର୍ଦ୍ଧ ବର୍ଷ ଧରି ପ୍ରଚଳିତ । ଏହା ଶାନ୍ତି ମୈତ୍ରୀର ବାର୍ତ୍ତା ପ୍ରଚାର କରିଥାଏ । ଆଲ୍ଲା ନିଜେ ଦେବଦୁତ ଜିଲ୍ଲାପାଳଙ୍କ ମାଧ୍ୟମରେ ବିଭିନ୍ନ ସମୟ ଓ ପରିସ୍ଥିତିରେ ହଜରତ ମହମ୍ମଦଙ୍କୁ କୋରାନର ବାର୍ତ୍ତାମାନ ପ୍ରକଟ କରିଥିଲେ । ରିଜଭି ଜଣେ ଇସଲାମୀୟ ବିଦ୍ୱାନ ନୁହେଁ । ସେ ତାଙ୍କ ବିରୁଦ୍ଧରେ ଚାଲିଥିବା ସି.ବି.ଆଇ ଅନୁସନ୍ଧାନକୁ ବାଟବଣା କରିବା ପାଇଁ ବା ଅନ୍ୟ କୌଣଷି ମନ୍ଦ ଉଦ୍ଦେଶ୍ୟ ରଖି ପବିତ୍ର କୋରାନ ବିରୁଦ୍ଧରେ ବିଭ୍ରାନ୍ତିକର ପ୍ରଚାର ଚଳାଇଛନ୍ତି । ଏହାଦ୍ୱାରା ଆମ ଅଞ୍ଚଳ ତଥା ସମଗ୍ର ଭାରତର ସାମ୍ପ୍ରଦାୟିକ ସଂହତି ଓ ଭାଇଚାରା ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ତାଙ୍କର ଏହି ହୀନ କାର୍ଯ୍ୟ ସମ୍ବିଧାନର ମୌଳିକ ଭାବନା ପ୍ରତି କୁଠାରାଘାତ ଅଟେ ବୋଲି ସଙ୍ଘଠନ ପକ୍ଷରୁ ତୀବ୍ର ବିରୋଦ୍ଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୌଲାନା ଆଜମାତୁଲ୍ଲାହା ହସମତି,ମୁଫିତ ମୁସରଫ୍ ରଜା ମିସବାହି,ମୌଲାନା ଜାକିର ହୁସେନ,ମୌଲାନା ଖୁସରିଦ ଅନୱର,ମୌଲାନା ତବରେଜ ଆଲାମ ମିସବାହୀ,ହାଫିଜ କମାଲ ଉଦ୍ଦିନ ହବିନି, ମୌଲାନା ଫଖରୁଦ୍ଦିନ ଆସି,ମୌଲାନା ଫୁରକାନ ଆଲାମ୍, ମୌଲାନା ଜାହିଦ ଗୌସି, ଜାଫିଜ୍ ସିରାଜ ସାହେବ, ପିସ୍ ମେମ୍ବର ମୁକ୍ତାର ଖାଁ, ସଂଖ୍ୟାଲଘୁ ସଭାପତି ଶେଖ୍ ଚନ୍ଦନ, ସୟଦ୍ ମୁକ୍ତାର ଅଲ୍ଲୀ, ସୟଦ ମୁସ୍ତାକ ଅଲ୍ଲୀ, ସୁଦ ନୁରୁଦ୍ଦିନ, ଗୟାସଉଦ୍ଦିନ ଖାଁ, ଶେଖ ସବିର ହୁସେନ୍, ନୱାଜ ଖାଁ, ଶେଖ୍ ଗୟାସଉଦ୍ଦିନ, ଶେଖ ଫୟାଜଉଦ୍ଦିନ, ଶେଖ ବାବୁଲି ।


