ନିଖିଳ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର ୧୬ତମ ବାର୍ଷିକ ସମ୍ମିଳନୀ

ଭୂବନେଶ୍ୱର (ୱାଇଏନ୍‌ଏସ୍‌); ନିଖିଳ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର ୧୬ତମ ବାର୍ଷିକ ସମ୍ମିଳନୀ ଆଜି ପାନ୍ଥନିବାସ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନିଖିଳ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ରଂଜନ ବିଶ୍ୱାଳ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ଅଶ୍ୱିନୀ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପ-ସଭାପତି ଅଜୟ କୁମାର ବିନ୍ଧାଣୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଏହି ସଂଘ ୨୦୦୬ମସିହାରେ ଆରମ୍ଭ ହୋଇ ତତ୍‌କାଳୀନ କବିସୂର୍ଯ୍ୟ ନଗରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଲଡୁ କିଶୋର ସ୍ୱାଇଁଙ୍କ ସଭାପତିତ୍ୱରେ ପରିଚାଳିତ ହୋଉଥିଲା । ପରେ ପରେ ୨୦୦୯ମସିହାଠାରୁ ଅଦ୍ୟାବଧି ସଂଘର କାର୍ଯ୍ୟକାରୀ ସଭାପତି ଭାବେ କଟକ-ଚୌଦ୍ୱାରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଂଜନ ବିଶ୍ୱାଳଙ୍କ ଉତମ ତତ୍ୱାବଧାନରେ ପରିଚାଳିତ ହୋଇଆସୁଛି । ଶ୍ରୀଯୁକ୍ତ ବିଶ୍ୱାଳଙ୍କ ଉତମ ତତ୍ୱାବଧାନ ଯୋଗୁଁ ରାଜ୍ୟର ମାନ୍ୟବର ବିଭାଗୀୟ ମନ୍ତ୍ରୀମାନଙ୍କ ସହ ଓଟିଡିସିର ପରିଚାଳନା କର୍ତୃପକ୍ଷଙ୍କୁ ମିଶାଇ ଆପୋଷ ଆଲୋଚନା ମାଧ୍ୟମରେ ଏହାର ସମସ୍ତ କର୍ମଚାରୀମାନଙ୍କର ବହୁବିଧ ସମସ୍ୟାର ସମାଧାନ କରାଇବାରେ ସଫଳ ହୋଇପାରିଛି । ସେହି ସଫଳତା ଗୁଡିକ ହେଲା- ରାଜ୍ୟ ସରକାର ତା ୧୨.୪.୧୯୯୩ରିଖ ପରଠାରୁ ନିଯୁକ୍ତି ଉପରେ ରହିତାଦେଶ ଦେଇଥିବାରୁ ନିଗମରେ କାର୍ଯ୍ୟରତ ଥିବା ୨୬ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିପାରି ନ ଥିଲେ ମଧ୍ୟ ବିଭିନ୍ନ ସମୟରେ ଆଲୋଚନା କରାଇ ତାଙ୍କର ବେତନ ବୃଦ୍ଧି କରିବାରେ ସଂଘ ସହାୟକ ହୋଇ ପାରିଛି । ସର୍ଭିସ ପ୍ରୋଭାଇଡର ଏଜେନ୍ସି ମାଧ୍ୟମରେ ରହୁଥିବା ୫୦ ଜଣରୁ ଉର୍ଦ୍ଧ୍ୱ ଡିପ୍ଲୋମାଧାରୀଙ୍କୁ କନିଷ୍ଠ ଯନ୍ତ୍ରୀ, ସହକାରୀ ପରିଚାଳକ ହିସାବ, ସହକାରୀ ପରିଚାଳକ ଖାଦ୍ୟ ଓ ପାନୀୟ ଭାବେ ଚୁକ୍ତି ଭିତିକ ନିଯୁକ୍ତି ସଂଘ ମାଧ୍ୟମରେ ଦିଆଯାଇଛି । ଓଟିଡିସି କର୍ମଚାରୀମାନଙ୍କୁ ବେତନ କମିଶନ ସୁପାରିଶ ଅନୁଯାୟୀ ଷଷ୍ଠ ଓ ସପ୍ତମ ବେତନ କମିଶନ ସୁପାରିଶ ମଧ୍ୟ ଲାଗୁ କରାଯାଇ ସାରିଛି । ରାଜ୍ୟ ସରକାରଙ୍କ ପ୍ରଦତ ମହଙ୍ଗାଭତା ପ୍ରଦାନ କରାଇବାରେ ସଂଘ ପ୍ରମୁଖ ଭୂମିକା ଗ୍ରହଣ କରିବା ଦ୍ୱାରା ସଫଳତା ଲାଭ କରିଛି । ଏତଦ୍ ବ୍ୟତୀତ ଏହି ନିଗମରେ କ୍ୟାଡରରୁଲ ହୋଇ ନଥିଲେ ମଧ୍ୟ ପ୍ରିୟାପ୍ରିତୀ ମାଧ୍ୟମରେ ଦିଆଯାଉଥିବା ପଦୋନ୍ନତିକୁ ରୋକାଯିବା ସହ ନିୟାମାନୁଯାୟୀ ବର୍ଦ୍ଧିତ ଭତା(ଟିବିଏ)ସମସ୍ତ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ବେଳେ ଆବଶ୍ୟକ ସ୍ଥଳେ ଉପଯୁକ୍ତ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଇଛି । ଉକ୍ତ ୧୬ତମ ବାର୍ଷିକ ସମ୍ମିଳନୀରେ ନିଗମର କାର୍ଯ୍ୟକାରୀ ସଭ୍ୟ ଲିଟୁ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ