ବନ୍ତରେ କୃଷକ ଅଭିଯାତ୍ରୀ ଯାଥାକୁ ବିପୁଳ ସମ୍ବର୍ଦ୍ଧନା

ବନ୍ତ, (ଚାନ୍ଦିନୀ ମହାନ୍ତି):କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟାହାର, ଏମ୍‌.ଏସ୍‌.ପିକୁ ଆଇନଗତ ମାନ୍ୟତା ପ୍ରଦାନ, ୨୦୨୦ ବିଦ୍ୟୁତ୍ ବିଲ୍ ପ୍ରତ୍ୟାହାର, ସ୍ୱାମୀନାଥନ୍ କମିସନ ରିପୋର୍ଟକୁ କାର୍ଯ୍ୟକାରୀ କରିବା ଦାବୀରେ ଦିଲ୍ଲୀରେ କୃଷକ ସମନ୍ୱୟ ସଂଘର୍ଷ ସମିତି ଓ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆନ୍ଦୋଳନକୁ ସମର୍ଥନ କରି ଓଡିଶାର ୧୪ ଗୋଟି କୃଷକ ସଙ୍ଗଠନର ନେତାମାନେ ରାଜ୍ୟବ୍ୟାପୀ କୃଷକ ଅଧିକାର ଯାଥା ପରିକ୍ରମା କରିବା ପରିପେକ୍ଷୀରେ କେନ୍ଦୁଝର ଜିଲା ଅତିକ୍ରମ କରି ଭଦ୍ରକ ଜିଲ୍ଲାର ବସନ୍ତିଆ ଠାରେ ପହଞ୍ôଚବା ପରେ ଅଖିଳ ଭାରତ କୃଷକ ସଭା ବନ୍ତ ଅଞ୍ଚଳ କମିଟି ପକ୍ଷରୁ ଏକ ବିରାଟ ମଟର ସାଇକେଲ ର‌୍ୟାଲିରେ ବନ୍ତ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା । ବନ୍ତ ବଜାର ଠାରେ କୃଷକ ସଭା ପକ୍ଷରୁ ଆୟୋଜିତ ସଭାସ୍ଥଳରେ କୃଷକ ଅଧିକାର ଅଭିଯାତ୍ରୀ ଦଳଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କୃଷକ ନେତା ଫକୀର ଚରଣ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ଅଖିଳ ଭାରତ କୃଷକ ସଭା ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ କ୍ଷିରୋଦ ସିଂଦେଓ, ରାଜ୍ୟ କୃଷକ ସମନ୍ୱୟ ସମିତିର ନେତା ସୁରେଶ ପାଣିଗ୍ରାହୀ, ଡଃ.ପ୍ରଶାନ୍ତ ମିଶ୍ର, ଶଙ୍କର ସାହୁ, ନିରଞ୍ଜନ ମହାନ୍ତି, ନରେନ୍ଦ୍ର ମହାନ୍ତି, ବାସୁଦେବ ଦାଶ, ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜିଲା କୃଷକ ନେତା ବିମ୍ବାଧର ବାରିକ, ହରିହର ବେହେରା ଯୋଗ ଦେଇ କେନ୍ଦ୍ର ସରକାରଙ୍କ କୃଷକ ବିରୋଧି କୃଷି ଆଇନ ପ୍ରତ୍ୟାହାର, ଏମ୍‌.ଏସ୍‌.ପିକୁ ଆଇନଗତ ମାନ୍ୟତା ପ୍ରଦାନ, ୨୦୨୦ ବିଦ୍ୟୁତ୍ ବିଲ୍ ପ୍ରତ୍ୟାହାର, ସ୍ୱାମୀନାଥନ୍ କମିଶନ ସୁପାରିଶକୁ କାର୍ଯ୍ୟକାରୀ କରିବା, ଓଡିଶାର ମଣ୍ଡି ବ୍ୟବସ୍ଥାର ବିପର୍ଯ୍ୟୟ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାରେ କେନ୍ଦ୍ର ସରକାରଙ୍କ କୃଷକ ବିରୋଧି ନୀତିର ପ୍ରତିବାଦ ପୂର୍ବକ ବକ୍ତବ୍ୟ ପ୍ରଦାନ କରି ଅବିଳମ୍ବେ କୃଷି ଆଇନ ପ୍ରତ୍ୟାହର ଓ କୃଷକ ମାନଙ୍କର ଜୀବନଜୀବିକା ର ସୁରକ୍ଷା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଭିଯାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଓ ସଭା କାର୍ଯ୍ୟକୁ ସଫଳ କରାଇବାରେ ଗୋପବନ୍ଧୁ ସେଠୀ, ନିରଂଜନ ନାୟକ, ଉମାକାନ୍ତ ମହାପାତ୍ର, ରମେଶ ଜେନା, ପରମେଶ୍ୱର ବାରିକ, ସୁବାଷ ବେହେରା, ପର୍ଶୁରାମ ସ୍ୱାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ