ବନ୍ତରେ ବିଭିନ୍ନ ସଙ୍ଗଠନ ଓ ବିରୋଧି ଦଳ ପକ୍ଷରୁ ବନ୍ଦ ପାଳନ ସଫଳ

ବନ୍ତ,(ଚାନ୍ଦିନୀ ମହାନ୍ତି) : କେନ୍ଦ୍ର ସରକାରଙ୍କ କୃଷକ ବିରୋଧି କୃଷି ଆଇନ ପ୍ରତ୍ୟାହାର, ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦରବୃଦ୍ଧି, ଏମ୍‌.ଏସ.ପିକୁ ଆଇନଗତ ମାନ୍ୟତା ପ୍ରଦାନ, ରାଜ୍ୟରେ ଧାନମଣ୍ଡିର ଅବ୍ୟବସ୍ଥା, ସମସ୍ତ ଚାଷୀଙ୍କ ଠାରୁ ସରକାରୀ ଦରରେ ମଣ୍ଡିରୁ ଧାନ ଉଠାଣ, ଆବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମ୍ମନ୍ୱୟ ସମିତି ଡାକରାରେ ଭାରତ ବନ୍ଦକୁ ସମର୍ଥନ ଜଣାଇ ବନ୍ତ ଠାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସିପିଆଇ, କଂଗ୍ରେସ, ଏଆଇଟିୟୁସି, ସିଆଇଟିୟୁ, ଅଖିଳ ଭାରତ କୃଷକ ସଭା, ଅଖିଳ ଭାରତ ଯୁବ ସଂଘ, ଅଖିଳ ଭାରତ ଛାତ୍ର ସଂଘ, ଯୁବ କଂଗ୍ରେସର କର୍ମୀ ମାନେ ମିଳିତ ଭାବରେ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ । ପ୍ରାରମ୍ଭରେ ବିଭିନ୍ନ ସଙ୍ଗଠନ ଓ ବିରୋଧି ଦଳର କର୍ମୀ ମାନେ କେନ୍ଦ୍ର ସରକାରଙ୍କ କୃଷିମାରଣ ନୀତିକୁ ବିରୋଧ କରି ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ବ୍ଲକ, ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ କର୍ମଚାରୀ ମାନେ ଅଫିସ ମଧ୍ୟକୁ ଯାଇପାରିନଥିଲେ । ଆନ୍ଦୋଳନରେ ସିପିଆଇର ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ଏଆଇଟିୟୁସି ଜିଲା ନେତୃତ୍ୱ ରମେଶ ଚନ୍ଦ୍ର ଜେନା, ଯୁବ ଆଇନଜୀବି ପରମେଶ୍ୱର ବାରିକ, ସିପିଆଇ ନେତା ବାବାଜି ଚରଣ ଜେନା, ନିରଂଜନ ନାୟକ, ପର୍ଶୁରାମ ସ୍ୱାଇଁ, ସୁକାନ୍ତ ଜେନା, ବ୍ଲକ କଂଗ୍ରେସ ଉପସଭାପତି ନିରଞ୍ଜନ ମଲ୍ଲିକ, ଯୁବ ନେତା ଜ୍ୟୋତି ରଂଜନ ନାୟକ, ମଣିଭଦ୍ର ବିଶ୍ୱାଳ, ରାହୁଲ ଅମିନ୍ ସିଦ୍ଧିକ୍‌, ସାଦ୍ଦ୍ ସିଦ୍ଧିକ୍‌, ଫାଲ୍‌ଗୁନି ରାଉତ, ଦୁର୍ଗା ଶଙ୍କର ପଣ୍ଡା, ରତ୍ନାକର ମୁଦୁଲି, ନବଘନ ରାଜ,କୈଳାସ ଜେନା, ସିପିଏମ୍ ନେତା ପ୍ରତାପ ସେଠୀ, ସିଆଇଟିୟୁ ନେତା ମହେଶ୍ୱର ନାୟକ, କୃଷକ ନେତା ନାରାୟଣ ଲେଙ୍କା, ଅନନ୍ତ ପୃଷ୍ଟି, ନବ ନିର୍ମାଣ କୃଷକ ସଂଗଠନର ଜିଲା ସଭାପତି ତ୍ରିଲୋଚନ ପଣ୍ଡା, ଅଖିଳ ଭାରତ ଯୁବ ସଂଘର ନେତା ଜୟନ୍ତ ଜେନା, ଅନନ୍ତ ମହାରଣା, ଅଭିମନ୍ୟୁ ଜେନା, ରବିନ୍ଦ୍ର ତରାଇ, ଅବଦୁଲା ଖାଁ, ନିରଂଜନ ଜେନା, ପଦ୍ମନାଭ ସ୍ୱାଇଁ, କିଶୋର ବେହେରା, ମକୁ ତ୍ରିପାଠୀ, ପଞ୍ଚାନନ ସେଠୀ, ଜୟନ୍ତ ସାହୁ, ପବିତ୍ର ସେଠୀ, କୃଷ୍ଣ ଚନ୍ଦ୍ର ରାଉତଙ୍କ ସମେତ ଶତାଧିକ ସାମିଲ ଥିଲେ । ଆନ୍ଦୋଳନ ଫଳରେ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିବା ସହ ସରକାରୀ, ବେସରକାରୀ ଅଫିସ, ଦୋକାନ ବଜାର ଗୁଡିକ ବନ୍ଦ ରହିଥିବା ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ