ଓଏଭି ପ୍ରବେଶିକା ପରୀକ୍ଷାରେ ବିଭୁ ପ୍ରସାଦଙ୍କ ସଫଳତା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀରେ ନାମଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାରେ ପଧାନପଡାସ୍ଥିତ ବନବିହାରୀ ସରକାରୀ ଉପ୍ରା ବିଦ୍ୟାଳୟର ଛାତ୍ର ବିଭୁ ପ୍ରସାଦ ବାରିକ ୫ମ ସ୍ଥାନ ଅଧିକାର କରିଛନ୍ତି । ସେ ନିଳୋକ ଗ୍ରାମର କବିତାରାଣୀ ଦାସ ତଥା ପଧାନପଡା ପଞ୍ଚାୟତ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଅରୁଣ କୁମାର ବାରିକଙ୍କ ପୁତ୍ର ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ସେ ଜେଜେ ବାପା ନିରଂଜନ ବାରିକ, ଅଜା ଚନ୍ଦ୍ରମଣି ଦାସଙ୍କ ସମେତ ବନବିହାରୀ ସରକାରୀ ଉପ୍ରା ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ଶ୍ରେୟ ଦେଇଛନ୍ତି । ଭବିଷ୍ୟତରେ ଆହୁରି ଅଧିକ ସଫଳତା ହାସଲ କରିବେ ବୋଲି ସେ ଆଶା ରଖିଛନ୍ତି ।


