ପଟା ବୋଝଇ ଗାଡି ସହ ଦୁଇ ଜଣ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜ଼ିଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘର ବନାଞ୍ଚଳର ପୂଜା ଘାଟି ନିକଟରେ ଶନିବାର ବେଲଘର ବନ ବିଭାଗ ପକ୍ଷରୁ ଚଢ଼ାଉ କରି ଏକ ପିକଅପ ଗାଡିରୁ ଅଶିଏ ଖଣ୍ଡ ଶାଳ ପଟା ଜବତ କରିତିବ ଜଣାପଡିଛି | ବେଲଘର ରେଞ୍ଜର ବିଦ୍ୟାଧର ଜାନୀଙ୍କ ପ୍ରତ୍ୟକ୍ଷ ତତ୍ଵା ବଧାନରେ ଗୁଛୁକା ଗାଁରୁ ତୁମୁଡିବନ୍ଧକୁ ଚୋରା ଚାଲାଣ ବେଳେ ଅଶିଏ ଖଣ୍ଡ ପିଆଶାଳ ପଟା ଜବତ କରିଥିଲେ l ଏ ନେଇ ବେଲଘର ବନବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରିବା ସହ ପଟା ବୋଝେଇ ଗାଡି ସହ ଡ୍ରାଇଭର ଓ ହେଲପରକୁ ଦୁଇ ଜଣଙ୍କୁ ଗିରଫ କରିଛି ବନ ବିଭାଗ l ଗିରଫ ଦୁଇ ଜଣଙ୍କ ମଧ୍ୟରୁ ତୁମୁଡିବନ୍ଧର ମଦୁଆ ନାୟକ ଓ ଉଗ୍ରେସନ ନାୟକ ବୋଲି ଜଣ ପଡିଛି l ଏହି ପଟା ଚୋରା ଚାଲାଣରେ ଅଂଚଳର କିଛି ଅସାଧୁ କାଠ ବେପାରୀ ସଂପୃକ୍ତି ଥିବା ନେଇ ବନ ବିଭାଗ ସନ୍ଦେହ କରୁଛି l ଏ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ କରାଯାଉଥିବା ବିଷୟ ରେଞ୍ଜର ଜାନୀ ସୂଚନା ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ