ତୀର୍ଥ ପୁଷ୍କରିଣୀ ସଫା କଲେ ଛାତ୍ରଛାତ୍ରୀ
ନିମାପଡା , (ସନ୍ତୋଷ ଦାଶ ): ଅଳିଆ ଆବର୍ଜନାମୟ ହୋଇପଡ଼ିଥିବା ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଶନିବାର ସଫା କରାଯାଇଛି । ସେଣ୍ଟ ଜାଭିୟର ସ୍କୁଲ, ବିଜୁ ପଟ୍ଟନାୟକ କଲେଜ ଅଫ ହୋଟେଲ ମ୍ୟାନେଜମେଣ୍ଟ, ଏଆଇସିଇଟି କମ୍ପ୍ୟୁଟର ପରିଚାଳକ ସମୀର ଭୂୟାଁ, ଅଧ୍ୟକ୍ଷା ଲିଜାଲିନ ପାତ୍ରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ସାମିଲ ହୋଇ ସଫେଇ କରିଥିଲେ। ଅର୍କକ୍ଷେତ୍ର ଆମ ଐତିହ୍ୟ, ସ୍ବଛତା ଆମର ପରିଚୟ, ଆଜି ହିଁ ନେବା ଆମେ ଶପଥ,ଚନ୍ଦ୍ରଭାଗା ତୀର୍ଥକୁ କର ନାହିଁ ଦୂଷିତ ବାର୍ତ୍ତା ନେଇ ଛାତ୍ରଛାତ୍ରୀ ପୁଷ୍କରିଣୀ ଚତୁଃପାର୍ଶ୍ବରେ ପଡ଼ି ରହିଥିବା ଛିଣ୍ଡା କପଡ଼ା, କୁଟାକାଠି, ସୋଲ, ଜରି, ଭଙ୍ଗୀ ବୋତଲ ଆଦି ପରିତ୍ୟକ୍ତ ପଦାର୍ଥ ସଫା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍କୁଲ ସହ ପରିଚାଳକ ଆଶୁତୋଷ ବେହେରା, ଶିକ୍ଷକ ତ୍ରିଲୋଚନ ଖଟୁଆ, ବିଶ୍ୱଜିତ ବେହେରା ପ୍ରମୁଖ କର୍ମକର୍ତ୍ତା ପରିଚାଳନା କରିଥିଲେ।


