ମାଡ଼ି ଆସୁଛି ବିପଦ .. .. .. ମାସ୍କ ହିଁ ସୁରକ୍ଷା କବଚ, କାର୍ଯ୍ୟାନୁଷ୍ଠାନ ମୁଦ୍ରାରେ ପ୍ରଶାସନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଦେଶକୁ ପୁଣି ଥରେ କରୋନା ମହାମାରୀ ବିପଦ ମାଡ଼ି ଆସୁଛି । ପ୍ରତିଦିଦ ଲକ୍ଷାଧିକ ସଂକ୍ରମିତ ହୋଉଥିବା ବେଳେ ସେହି ଅନୁପାତରେ ମଧ୍ୟ ରାଜ୍ୟରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସୂଚନା ବିଭାଗ ପକ୍ଷରୁ ଗୁରୁବାର ରାଜ୍ୟରେ ୧୨୮୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାକୁ ପ୍ରତିହିତ କରିବା ସକାଶେ ବିଭିନ୍ନ ରାଜ୍ୟରେ ଲକଡ଼ାଉନ କାର୍ଯ୍ୟକାରୀ କରାଯାଇଛି । ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ଏଭଳି ବିପଦ ସମୟରେ ଲୋକେ ଅତ୍ୟନ୍ତ ଉତ୍ସାହର ସହିତ ଟୀକା ଗ୍ରହଣ କରୁଥିବାର ଦେଖିବାକୁ ମିଳୁଛି । ହେଲେ କିଛି ଅମାନିଆ ପ୍ରଶାସନର କୋଭିଡ଼ କଟକଣାକୁ ଅବମାନନା କରି ପ୍ରଶାସନର ଚିନ୍ତା ବଢାଇବାରେ ଲାଗିଛନ୍ତି । ପ୍ରଶାସନ ପକ୍ଷରୁ କୋଭିଡ଼ କଟକଣାକୁ କଡ଼ା କଡ଼ି ପାଳନ କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ଆସନ୍ତା ୧୦ ଦିନ ବେଶ ଗୁରୁତ୍ୱପୁର୍ଣ୍ଣ ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସର୍ତକ ରହିବାକୁ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ‘ ମାସ୍କ ହିଁ ଏକମାତ୍ର ସୁରକ୍ଷା କବଚ’ କହିଲେ ଅତ୍ୟୁକ୍ତି ହେବ ନାହିଁ । ଘରୁ ବାହରକୁ ବାହାରିଲେ ମାସ୍କ ବ୍ୟବହାର ନିହାତି ଆବଶ୍ୟକ ଏବଂ ଏହାକୁ ପ୍ରଶାସନ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି । କରୋନା ସଂକ୍ରମଣକୁ ପ୍ରତିହିତ କରିବା ସକାଶେ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଥିବା ଦେଖିବାକୁ ମିଳିଛି । ହିଞ୍ଜିଳିକାଟୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ତତ୍ୱାବଧାନରେ ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ପୌର ପ୍ରଶାସନ ଓ ପୁଲିସ ଫୋର୍ସ ଏପଫୋର୍ସମେଂଟ ଟିମ୍ ସହାୟତାରେ ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଯାନବାହାନ ଯାଂଚ କରି ବିନା ମାସ୍କରେ ଯାତ୍ରା କରୁଥିବା ବ୍ୟକ୍ତିବିଶେଷଙ୍କ ଠାରୁ ଜୋରିମାନା ଆଦାୟ କରୁଛନ୍ତି । ସ୍ଥାନୀୟ ଅଂଚଳର କ୍ସ୍ ବ୍ୟବସାୟିକ ପ୍ରତିଷ୍ଠାନ ପଂଚସୂତ୍ରୀ ନିୟମ ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଅତ୍ୟାବଶ୍ୟକ ନହେଲେ ଘରୁ ବାହାରକୁ ନବାହାରିବା, ଅଯଥା ଗହଳି ନକରିବା, ସାମାଜିକ ଦୂରତା ବଜାୟ ରଖିବା, ବାରମ୍ବାର ସାବୁନ କିମ୍ବା ହ୍ୟାଣ୍ଡୱାସରେ ହାତକୁ ଧୋଇବା, ସାନିଟାଇଜର ବ୍ୟବହାର କରିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଂଚଳବାସୀଙ୍କୁ ସଚେତନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ