ଧରାପଡିଲା ନାବାଳିକା ବଳତ୍କାର ମାମଲାର ଅଭିଯୁକ୍ତ
ଯୋଡ଼ା ,(ଯୁଗାଦ୍ଦ ନ୍ୟୁଜ) : କେନ୍ଦୁଝର ଜିଲା ବାମେବାରୀ ଥାନା ଅଂଚଳରେ ଜୈନେକ ୧୬ ବୟସ୍କା ନାବାଳିକାଙ୍କୁ ବଳତ୍କାର କରିଥିବା ଅଭିଯୋଗରେ ପୋଲିସ ଜଣେ ନାବାଳକ ଅଭିଯୁକ୍ତ ଧରିଥିବା ଜଣାପଡିଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ, ବୁଧବାର ସନ୍ଧ୍ୟାରେ ବାମେବାରୀ ଥାନାରେ ଏନେଇ ଏକ ଅଭିଯୋଗ ହୋଇଥିଲା । ପୋଲିସ କେଶ ନଂ ୧୪୪/୨୦୧୯ ଦଫା ୩୪୧,୩୭୬(ସସସ), ୨୯୪, ୫୦୪ ଆଇପିସି , ୬ ପୋକ୍ସ ଆକ୍ଟ, ୩(ସ)(କ୍ସ)(ଗ୍ଦ)ଠଠଇ ଏସସି/ଏସଟି ଆଟ୍ରୋସିଟ୍ ଆକ୍ଟ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପିଡିତା ଜଣକ ନାବାଳିକା ଏବଂ ଆଦିବାସୀ ହୋଇଥିବାରୁ ବଳକାôର ସହିତ ଜାତିଆଣ ମାମଲା ରୁଜୁ ହୋଇଛି । ଜାତିଆଣ ମାମଲାର ରୁଜୁ ହୋଇଥିବାରୁ ବଡବିଲ ଏସଡିପିଓ ଦିଲୀପ କୁମାର ବାଗ୍ ଶୁକ୍ରବାର ବାମେବାରୀ ଥାନା କୁ ଯାଇ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତ ନାବାଳକକୁ କେନ୍ଦୁଝର ପିଏମଜେଜେଭି କୋର୍ଟରେ ଉପସ୍ଥାପନ କରାଯିବା ପରେ ବାଳ ସୁଧାର କେନ୍ଦ୍ରକୁ ପଠାଯିବ ବୋଲି ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇଛନ୍ତି ।


