ଖରିଫ ଧାନ ପଞ୍ଜିକରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର
ବାରିକପୁର, (ଦୁର୍ଯ୍ୟୋଧନ ଲେଙ୍କା): ଚଳିତବର୍ଷ ଖରିଫ ଧାନ କ୍ରୟ ପାଇଁ ପ୍ରଶାସନ ଏବେ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ କରିଛି । ସମବାୟ ସମିତି ଓ ଏସଏଚଜି ଗ୍ରୁପ ମାଧ୍ୟମରେ ପଞ୍ଜିକରଣ ଚାଲିଥିବାବେଳେ ଜୁଲାଇ ୩୧ତାରିଖ ସୁଦ୍ଧା ଚାଷୀମାନେ ଫର୍ମ ସଂଗ୍ରହ କରିପାରିବେ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । ଏହି ସମୟକୁ ବର୍ଦ୍ଧିତ କରାଯାଇ ଚଳିତମାସ ୧୫ତାରିଖ ଯାଏଁ ଫର୍ମ ସଂଗ୍ରହ କରିବା ସହ ସମସ୍ତ କାଗଜପତ୍ର ଦେଇ ସମିତି ଓ ଏସଏଚଜିଙ୍କ ନିକଟରେ ନାମ ପଞ୍ଜିକରଣ କରିପାରିବେ ବୋଲି ସୂଚନା ଦିଆଯାଇଛି । ଏନେଇ ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ଯୋଗାଣ ନିରୀକ୍ଷକ ରେବତୀସ ସିଂ ନାୟକଙ୍କ ତତ୍ୱାବଧାନରେ ଡାକବାଜି ପ୍ରଚାର କରାଯାଇ ଚାଷୀମାନଙ୍କୁ ଜଣାଯାଇଛି । କାର୍ଯ୍ୟାଳୟ ପରିସରରେ ଦ୍ୱିତୀୟ ପର୍ଯ୍ୟାୟ ଚାଷୀ ସମ୍ପର୍କିତ ଡାକବାଜି ପ୍ରଚାର କାର୍ଯ୍ୟକୁ ବିଡିଓ ଦେବଦତ୍ତ ଦାସ ଶୁଭାରମ୍ଭ କରିଥିବା ଜଣାଯାଇଛି ।