ରବିନ୍ଦ୍ରଙ୍କ ଚିକିତ୍ସା ପାଇଁ ସହାୟତା କଲା ମାନବସେବା ସଙ୍ଗଠନ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଭଦ୍ରକସ୍ଥିତ ମାନବସେବା ସଙ୍ଗଠନ ରସିକାବାଜ ଗ୍ରାମର ସୁବାଷ ଦଳାଇଙ୍କ ପୁତ୍ର ରବିନ୍ଦ୍ର ଦଳାଇ(୨୨)ଙ୍କ ଅସ୍ତ୍ରୋପଚାର ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛି । ସଙ୍ଗଠନର ସଦସ୍ୟ ମାନେ ସଂପୃକ୍ତ ପରିବାରକୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ପ୍ରକାଶ ଯେ, ରବିନ୍ଦ୍ରଙ୍କ ତଳି ପେଟରେ ଏକ ଶିର ଫୁଲିଯିବା ଫଳରେ ସେ ବହୁତ ଯନ୍ତ୍ରଣା ଭୋଗ କରୁଛନ୍ତି । ଅସ୍ତ୍ରୋପଚାର ଦ୍ୱାରା ଏହା ଭଲ ପାରିବ ବୋଲି ଡାକ୍ତର କହୁଛନ୍ତି । ମାତ୍ର ଆର୍ଥିକ ସମ୍ବଳ ନଥିବାରୁ ପରିବାର ଲୋକେ ରବିନ୍ଦ୍ରଙ୍କ ଅସ୍ତ୍ରୋପଚାର କରିପାରୁନାହାନ୍ତି । ତାଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କିମ୍ବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ କୌଣସି କାର୍ଡ ନାହିଁ । ପରର ମୂଲ ଲାଗି ପରିବାର ଚଳୁଛି । ରାସନକାର୍ଡକୁ ଛାଡି ଦେଲେ ଆଉ ଅନ୍ୟ କୌଣସି ସରକାରୀ ସୁବିଧା ସେ ପାଉନାହାନ୍ତି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏହି ଗରିବ ପିଲାର ଅସ୍ତ୍ରୋପଚାର ପାଇଁ ସହାୟତା କରିବାକୁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ