ବାଲେଶ୍ୱରରେ ରୋଟାରୀ ଇନରହୁଇଲ କ୍ଲବ ଜିଲା ଚେୟାରମ୍ୟାନ

ବାଲେଶ୍ୱର, (ସରୋଜ ପଣ୍ଡା): ରୋଟାରୀ ଇନର ହୁଇଲ କ୍ଲବ ଜିଲା ଚେୟାରମ୍ୟାନ ମନିଷା ଶ୍ରୀବାସ୍ତବ ବାଲେଶ୍ୱର ଗସ୍ତରେ ଅବସରରେ ବାଲେଶ୍ୱର ଇନର ହୁଇଲ କ୍ଲବ ପକ୍ଷରୁ ଦିବସ ବ୍ୟାପୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚେୟାରମ୍ୟାନ ଶ୍ରୀମତୀ ଶ୍ରୀବାସ୍ତବ କ୍ଲବର କର୍ମକର୍ତ୍ତା ଓ ସଦସ୍ୟାଙ୍କ ସହ ସହରର ସହଦେବଖୁଣ୍ଟା ଚାନ୍ଦମାରୀ ପଡ଼ିଆସ୍ଥିତ ‘ଅମୃତଧାରା ବୃଦ୍ଧାଶ୍ରମ’ ପରିଦର୍ଶନ ସହ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟବସ୍ଥା ତଥା ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । କ୍ଲବ ପକ୍ଷରୁ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ସାଲ, ତଉଲିଆ, ବିସ୍କୁଟ ପ୍ରଭୃତି ପ୍ରଦାନ କରାଯାଇଥିଲା । ସେ ରୋଟାରୀ କ୍ଲବ ପକ୍ଷରୁ ନିର୍ମାଣଧୀନ ସିନେମାଛକ ଟ୍ରାଫିକ ସିଗନାଲ ପୋଷ୍ଟ କାର୍ଯ୍ୟସ୍ଥଳ ବୁଲି ଦେଖିଥିଲେ । ଏହି ଅବସରରେ ରୋଟାରୀ ଭବନ ପରିସରରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ଶ୍ରୀବାସ୍ତବ ଇନରହୁଇଲ କ୍ଲବର ଆଭିମୁଖ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ଉପସ୍ଥିତ କର୍ମକର୍ତ୍ତା ତଥା ସଦସ୍ୟାଙ୍କୁ କହିଥିଲେ । ପୁରୁଷ ଓ ମହିଳାଙ୍କ ମଧ୍ୟରେ ଥିବା ଲିଙ୍ଗଗତ ପାର୍ଥକ୍ୟ ଦୂରକରି ବନ୍ଧୁତ୍ୱର ଆଦର୍ଶରେ ମହିଳାମାନଙ୍କ ଅଧିକାର ସାବ୍ୟସ୍ତ ପାଇଁ ସେ ସମସ୍ତଙ୍କୁୁ ଆହ୍ୱାନ ଦେଇଥିଲେ । ନାରୀଶକ୍ତି ଜାଗରଣ, ସ୍ୱାସ୍ଥ୍ୟ, ପରିବେଶ, ଅସହାୟ ଶିଶୁ ଓ ଅବହେଳିତ ବୃଦ୍ଧ-ବୃଦ୍ଧାଙ୍କ ସୁରକ୍ଷା ପ୍ରତ ଗୁରୁତ୍ୱ ଦେବା ପାଇଁ ସେ କର୍ମକର୍ତ୍ତା ଓ ସଦସ୍ୟାଙ୍କୁ ପରାମର୍ଶ ଦେଇଥିଲେ । ବାଲେଶ୍ୱର ଇନହୁଇଲ କ୍ଲବର ସଭାପତି ଡାକ୍ତର କଳ୍ପନା ଦାସ ଏଥିରେ ଅଧ୍ୟକ୍ଷତା ସହ କ୍ଲବର ସମାଜସେବା ମୂଳକ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ସିପ୍ରାରେଖା ମହାପାତ୍ର ଏଥିରେ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ସୁନୀତା ଚାନ୍ଦ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଦୀପିକା ପରମାର ଜିଲା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡାକ୍ତର ଗୀତା ଗିରି ବିବରଣୀ ପାଠ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବାସିନୀ ଜେନା, ସ୍ୱାତି ଦାସ, ବନୀ ମୁଜମଦାର, ସୁପର୍ଣ୍ଣା ଦାସ, ନଳିନୀ ଜଟାନିଆ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଡାକ୍ତର ମନୋରଂଜନ ଦାସ, କଲ୍ୟାଣ ଚାନ୍ଦ, ଦେବାଶିଷ ଦାସ, ଡାକ୍ତର ରଶ୍ମିକାନ୍ତ ଜଟାନିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ