ନୱାଜୁଦ୍ଦିନଙ୍କୁ ମିଳିଲା ଗୋଲ୍ଡେନ୍ ଡ୍ରାଗନ ଆୱାର୍ଡ
ବଲିଉଡ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ମିଳିଛି ଅନ୍ତର୍ଜାତୀୟ ସମ୍ମାନ । ୟୁକେର ୱେଲ୍ସରେ ଆୟୋଜିତ ହୋଇଥିବା କାର୍ଡିଫ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ୨୦୧୯ରେ ତାଙ୍କୁ “ଗୋଲ୍ଡେନ୍ ଡ୍ରାଗନ ଆୱାର୍ଡ’ରେ ସମ୍ମାନିତ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ମିକ୍ ଆଣ୍ଟାନିୟ ନୱାଜଙ୍କୁ ଡ୍ରାଗନ ଆୱାର୍ଡ ପ୍ରଦାନ କରିଛନ୍ତି । ଆୱାର୍ଡ ପାଇବା ପରେ ନୱାଜ୍ ଟୁଇଟ କରି ଖୁସି ପ୍ରକାଶ କରିବା ସହ କାର୍ଡିଫ କମିଟିକୁ ଧନ୍ୟବାଦ ଜଣାଇଛନ୍ତି । ଅଭିନୟ ଦୁନିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନୱାଜୁଦ୍ଦିନ ସିଦ୍ଦିକି । ଅଭିନୟରେ ତାଙ୍କର ଏକ ନିଜସ୍ୱ ଶୈଳୀ ରହିଛି । ସବୁ ପ୍ରକାର ଚରିତ୍ରରେ ସେ ନିଜକୁ ପୂରା ଫିଟ୍ କରି ଦିଅନ୍ତି । ଲିଡ୍ ରୋଲ୍ ହେଉ କି କମେଡି ରୋଲ୍ ହେଉ ଅବା ନେଗେଟିଭ୍ ଚରିତ୍ର ସବୁଥିରେ ତାଙ୍କ ଅଭିନୟ ଭାରି ଭଲ ଲାଗେ । କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି । ସିନେମା ଜଗତକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି । ସୂଚନାଯୋଗ୍ୟ, ଆସନ୍ତା ୧୫ ତାରିଖରେ ତାଙ୍କର ଅଫକମିଂ ଫିଲ୍ମ ମାତିଚୁର ଚକନାଚୁର ପରଦାକୁ ଆସିବ । ଏଥରେ ତାଙ୍କ ସହ ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ନଜର ଆସିବେ । ଦେବାମିତ୍ରା ବିଶ୍ୱାଳ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ରାଜେଶ ଭାଟ୍ଟିଆ ଓ କିରଣ ଭାଟ୍ଟିଆ ପ୍ରଯୋଜନା କରିଛନ୍ତିା


