ବିବାହ କରିବେ କାଜଲ ଅଗ୍ରୱାଲ

ବିବାହ କରିବାକୁ ମନ ବଳାଇଲେଣି ଅଭିନେତ୍ରୀ କାଜଲ ଅଗ୍ରୱାଲ । କଥାଟି ଏମିତି କହୁନାହୁଁ, ବରଂ ନିକଟରେ ଏକ ଶୋ’ରେ ସାକ୍ଷାତକାର ଦେବା ସମୟରେ ସେ ଏହା କହିଛନ୍ତି । ବିବାହକୁ ନେଇ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଲେଣି । ଏଣୁ ଖୁବ୍‌ଶୀଘ୍ର ପ୍ରଶଂସକମାନେ କାଜଲଙ୍କୁ ଏହି ଖୁସି ଖବର ଶୁଣିବାକୁ ପାଇବେ ବୋଲି ଚର୍ଚ୍ଚା ହେଉଛି । ହେଲେ ସେ କିଏ ଏବଂ କେବେ ଏହି ବିବାହ ହେବ ସେ ନେଇ କାଜଲ କିଛି ସ୍ପଷ୍ଟ କରି ନାହାନ୍ତି । କାଜଲଙ୍କ କଥାରୁ ଏକଥା ଜଣାପଡ଼ିଛି ଯେ ତାଙ୍କ ଜୀବନରେ ସାଥୀ ନିଶ୍ଚୟ ଆସି ସାରିଛନ୍ତି । ଶୋ’ରେ କାଜଲଙ୍କୁ କିଭଳି ଜୀବନସାଥୀଟିଏ ଖାଜୁଛନ୍ତି ସେ ନେଇ ପ୍ରଶ୍ନ ପଚରାଯାଇଥିଲା । ଏହାର ଜବାବରେ ସେ କହିଥିଲେ, ସେ ପୋଜେସିଭ୍ ହେବା ସହ ସ୍ନେହୀ ଏବଂ ଭଗବାନଙ୍କ ଉପରେ ବିଶ୍ୱାସ ରଖୁଥିବା ଆବଶ୍ୟକ । ଏପରିକି ସେ ଚଳଚ୍ଚିତ୍ର ଜଗତରୁ ନ ହେଲେ ବହୁତ ଭଲ ବୋଲି କହିଛନ୍ତି । ଏହାପରେ କାଜଲ ବ୍ୟବସାୟୀଙ୍କୁ ଡେଟ୍ କରୁଥାଇପାରନ୍ତି ବୋଲି ଆଲାଚନା ହେଉଛି । କାମ ବିଷୟରେ ଯଦି କଥା ହେବା ତାହେଲେ କାଜଲ ତାମିଲ ସୁପରଷ୍ଟାର କମଲ ହାସନଙ୍କ ବିପକ୍ଷରେ ଚଳଚ୍ଚିତ୍ର “ଇଣ୍ଡିଆନ୍‌-୨’ରେ ନଜର ଆସିବେ । ଏଥିରେ ସେ ଜଣେ ବୁଢ଼ୀ ମହିଳାଙ୍କ ଚରିତ୍ର କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ