ଗୁରୁଦିବସରେ ରେଷପଣ୍ଡ ଟ୍ରଷ୍ଟ ତରଫରୁ ଚକ୍ଷୁ ସଚେତନତା ଶିବିର
ଗାଙ୍ଗପୁର, (ସନ୍ତୋଷ ବିଶୋୟୀ): ରବିବାର ବଦଦୋଡଙ୍ଗା ରେଷପଣ୍ଡ ଟ୍ରଷ୍ଟତରଫରୁ ଏକ ଚକ୍ଷୁ ସଚେତନତା ଶିବିର ଆୟୋଜିତ ହୋଇଯାଇଛି l ବୟସ୍କ ନାଗରିକ ମାନଙ୍କ ଚକ୍ଷୁ ଜନିତ ସମସ୍ୟା ର ନିଦାନ ଓ ମୋତିଆବିନ୍ଦୁ, ପାରଳ ଭଳି ସମସ୍ୟା ର ନିରାକରଣ ପାଇଁ ପରାମର୍ଶ ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଅଧକ୍ଷ ସ୍ବସ୍ତି ସୁନ୍ଦରଙ୍କ ପ୍ରତକ୍ଷ ତତ୍ୱାବଧାନରେ ବଂଶାଲୀ ଟ୍ରଷ୍ଟ ର ଅଧିକାରୀ ଚନ୍ଦ୍ରଶେଖର ଦାସ ଉପସ୍ଥିତ ରହି ସମସ୍ତ ବୈଷୟିକ ସହାୟତା ଯୋଗାଇଥିଲେ l ରେଷପଣ୍ଡ ଟ୍ରଷ୍ଟ ସ୍ୱାସ୍ଥ୍ୟ ବିଭାଗ ସଂଯୋଜକ ଶୁଭମ ପରିଡାଙ୍କ ସଂଯୋଜନା ରେ ସଦସ୍ୟ ତୁଷାର, , ଜଗବନ୍ଧୁ, ଗୁଡ଼ୁ, ପ୍ରଭାତ ପରିଚାଳନା କରିଥିଲେ, ପାଖା ପାଖି ଅଞ୍ଚଳ ରୁ 60 ଉର୍ଦ୍ଧ ରୋଗୀ କାର୍ଯ୍ୟକ୍ରମ ରୁ ସୁଫଳ ଲାଭ କରିଥିଲେ l


