ପୁଣି ଦ୍ୱତୀୟ ଦିନରେ କଂଗ୍ରେସ ର ମିଶ୍ରଣ ପର୍ବ
ଜଗନ୍ନାଥ ପ୍ରସାଦ (ସନ୍ତୋଷ କୁମାର ଜେନା ): ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକ ର କାଦୁଆ ଗ୍ରାମ ପଂଚାୟତରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଅଛି. ଏହି ମିଶ୍ରଣ ପର୍ବ ରେ ବିଜେପି ର ସଂଜୀବ କୁମାର ସାହୁ, ରୁଦ୍ର ମଣି ପ୍ରଧାନ, ଜଗବନ୍ଧୁ ଗୌଡ଼, ଭିକାରି ମହାପାତ୍ର, ରଂଜିତ ମହାନ୍ତି, ଶିବ ଦାସ, ମନୁ ଗୌଡ଼, ଭିକାରି ଗୌଡ଼, ହରି ବିଶୋଇ, ଟୁକୁ ବିଶୋଇ ଓ ଶହେରୁ ଉର୍ଦ୍ଧ ବିଜେପି ଓ ବିଜେଡି କର୍ମୀ ଆସି ଯୋଗ ଦେଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବିଷୋୟୀ , ଜିଲ୍ଲା କଂଗ୍ରେସ ସମ୍ପାଦକ ଜବାହାରଲାଲ ସାହୁ,ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ, ମହିଳା କଂଗ୍ରେସ ନେତ୍ରୀ ସୁଷମା ନାୟକ, ଘଡଘଡି ନାୟକ, ବିଦେଶୀ ନାୟକ, କିଶୋର ନାୟକ, ବସନ୍ତ ପଣ୍ଡା, ଡାକ ରଣା, ବଂଶୀଧର ନାୟକ ଓ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ,
ଏହି ମିଶ୍ରଣ ପର୍ବରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବିଷୋୟୀ କଂଗ୍ରେସ କର୍ମୀଙ୍କୁ ଆଗାମୀ ପଂଚାୟତ ନିର୍ବାଚନରେ ଦଳ କେମିତି ବିଜୟୀ ହୋଇ ଜଗନ୍ନାଥ ପ୍ରସାଦ ବ୍ଲକ ସମିତି କଂଗ୍ରେସ ହାତକୁ ଆସିବ ସେହି ବିଷୟରେ ଗୁରୁମନ୍ତ୍ର ଦେଇଥିଲେ l


