ପବିତ୍ର ଗୁରୁଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଛତ୍ରପୁର (ଦେବଦତ୍ତ ମହାରଣା ): ପବିତ୍ର ଗୁରଦିବସ ଅଵସରରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ କ୍ୟୁୟର୍ସ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ସମ୍ପାଦକ ଅରୁଣ ଶତପଥୀଙ୍କ ନେତୃତ୍ୱ ରେ ସ୍ଥାନୀୟ ବ୍ୟାଙ୍କ୍ କଲୋନୀ ତାମ୍ପରା ହ୍ରଦ ହୁଡ଼ା ଉପରେ ଓ କେନାଳ ହୁଡ଼ା ପାର୍ଶ୍ଵରେ ବର,ଓସ୍ତ, ଲିମ୍ବ,ବଉଳ,କଦମ୍ବ,ଆଦି ବୃକ୍ଷ ରୋପଣ କରାଯାଇଛି ।ଏଥିରେବ୍ୟାଙ୍କ କଲୋନୀ କମିଟି ସଦସ୍ୟ ମଙ୍ଗରାଜ ନାଗ,ଦିଲୀପ କୁମାର ସାମଲ,ସୁବାସ ମିଶ୍ର,ସରୋଜ କୁମାର ସାମଲ,ପଞ୍ଚାନନ ମହାପାତ୍ର,ରାମ ଚନ୍ଦ୍ର ବେହେରା,କାଳିଆ ପୃଷ୍ଟି,ରାମ ସାହୁ,ରଜତ ଖାଡ଼ଙ୍ଗା,ସୋନୁ ଦାସଙ୍କ ସମେତ ବହୁ ସ୍ବେଛାସେବୀ ମାନେ ନିଜ ନିଜ ଗୁରୁଙ୍କୁ ସ୍ମରଣକରି ଗୋଟିଏ ଲେଖାଏଁ ଗଛଟିଏ ଲଗାଇଥିଲେ । ସମସ୍ତ କାର୍ଯ୍ୟକ୍ରମ ଙ୍କୁ ପରିଚାଳନା ରେ ବ୍ୟାଙ୍କ କଲୋନୀ ବାସିନ୍ଦା ଓ କ୍ୟୁୟର୍ସ ଅନୁଷ୍ଠାନ ସଦସ୍ଯ ମାନେ ସହଯୋଗ କରିଥିଲେ l ଶେଷରେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଶତପଥି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ