ବିଜେପି ପକ୍ଷରୁ ଭିଜିଲାନ୍ସ ଏସପିଙ୍କ ଜରିଆରେ ଗୃହ ସଚିବଙ୍କୁ ଦାବି ପତ୍ର

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ବ୍ରହ୍ମପୁର ସହରରେ ଟିକିଏ ବର୍ଷା ହେଲେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । କାହା ଘରେ ପାଣି ଆଣ୍ଠିଏ ତ ଆଉ କେଉଁଠି ସଡକ ଦୁର୍ଘଟଣାରେ ଆହାତ ହେଉଛନ୍ତି ସ୍ଥାନୀୟ ଜନତା । ପୂର୍ବରୁ ତଳିଆ ଅଂଚଳରେ ପାଣି ଜମି ରହିଥିବାରୁ ଲୋକ ମାନେ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ବର୍ତ୍ତମାନ ସହର ସହ ରାଜରାସ୍ତାରେ ପାଣି ଜମି ରହି କୁତ୍ରିମ ବନ୍ୟା ସୃଷ୍ଟି ହେଉଛି । କୁତ୍ରିମ ବନ୍ୟାରେ ଶହ ଶହ ଅଂଚଳବାସୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସରକାର ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ବେଳେ ବ୍ରହ୍ମପୁର ସହରର ଡ୍ରୋୋନଜ ସୁବିଧା ନିମନ୍ତେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ସରକାରୀ କାର୍ଯ୍ୟାଳୟରେ ହଜାର ହଜାର ଦୁର୍ନୀତି ହେଉଥିବା ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ଡିଭିଜନ ଅଧିନରେ ଥିବା ପାତ୍ରପୁର ଓ ଦିଗପହଣ୍ଡି ରେ ଜେସିବି ମେସିନର ବ୍ୟବହାର କରି କୋଟି କୋଟି ଟଙ୍କା ଅର୍ଥ ଆତ୍ମସାତ କରୁଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରଛନ୍ତି । ଏହା ସହ ବ୍ରହ୍ମପୁର ଡ୍ରେନେଜ ଡିଭିଜନ୍ ବିଗତ ୫ ବର୍ଷରେ ବ୍ରହ୍ମପୁର ସାପୁଆ ନାଳସଫେଇ ଓ ପୁନରୁଦ୍ଧାର କରିବା ନାମରେ କୋଟି କୋଟି ଟଙ୍କାର ମିଥ୍ୟା ବିଲ୍ କରାଇ ଶାସକ ଦଳର ପ୍ରତକ୍ଷ୍ୟ ତତ୍ୱାବଧାନରେ ଭାଜପା ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି । ଏଥିସହ ବାହାନା ନାଳର କଇଁଫୁଲିଆ ଘାଇର ପାଶ୍ୱର୍ ହୁଡା ନିମ୍ନମାନର କାମ ଯୋଗୁଁ ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହେଉଛି । ଏଣୁ ସୋମବାର ଭାରତୀୟ ଜନତା ପାର୍ଟି ତରଫରୁ ଭିଜିଲାନ୍ସ ଏସପିଙ୍କ ଜରିଆରେ ଗୃହ ସଚିବ ଓଡିଶାଙ୍କୁ ଦାବି କରିଛନ୍ତି । ନିର୍ମଳ ଶାସନ ର ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟ ମୁଖିଆ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେବା ଦରକାର ନଚେତ ଆଗାମି ଦିନରେ ମହାମହିମ ରାଜ୍ୟପାଳଙ୍କୁ ଭେଟି ରାଜ୍ୟପାଳଙ୍କୁ ଅନୁରୋଧ କରାଯିବ ବୋଲି ବିଜେପି ତରଫରୁ ସୂଚନା ମିଳିଛି । ଏଥିରେ ବିଜେପି ସଭାପତି କାହ୍ନୁଚରଣ ପତିଙ୍କ ସମେତ ବିଭୁତି ଜେନା , ରାଜେଶ ସାହୁ ,ପ୍ରଦୀପ ମିଶ୍ର,ରିଙ୍କୁ ସାମଲ,ହେମନ୍ତ ପଣ୍ଡା ,ମଧୁସୁଦନ ସାହୁ, ନିରଞ୍ଜନ ପାଣିଗ୍ରାହି ସମେତ ବହୁ କର୍ମକତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ