ତପ୍ତପାଣି ଘାଟିରେ ଦୁର୍ଘଟଣା, ଅଟୋକୁ ଧକ୍କା ଦେଲା ଡିଜେଲ ଟ୍ୟାଙ୍କର; ୧ ଆହତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) ଗଞ୍ଜାମ-ଗଜପତି ସୀମାନ୍ତ ପାଟପୁର ଥାନା ତପ୍ତପାଣି ଘାଟି ରେ ପୁଣି ଘଟିଛି ଏକ ଦୁର୍ଘଟଣା l ଘାଟିରେ ଏକ ଅଟୋ କୁ ଡିଜେଲ ଟ୍ୟାଙ୍କର ଟ୍ରକ ଧକ୍କା ଦେବାରୁ ଅଟୋ ଚାଳକ ଆହତ ହୋଇଥିବା ଜଣାପଡିଛି l ଆହତ ଜଣଙ୍କ ହେଲେ ଗଜପତି ଜିଲ୍ଲା ମୋହନା ଗ୍ରାମର ବିନୟ ନାୟକ l ପ୍ରକାଶ ଯେ ରବିବାର ଅପରାହ୍ନ ରେ ଦିଗପହଣ୍ଡି ରୁ ଏକ ଅଟୋ ଓଡ଼ି ୦୭ ବି ୩୨୮୩ ମୋହନା ଯିବା ବେଳେ ପାଟପୁର ଥାନା କାଳୀବୋରେଇ ଗ୍ରାମ ଘାଟି ନିକଟରେ ଗୁଣୁପୁର ରୁ ଖୋର୍ଦ୍ଧା ଯାଉଥିବା ଡିଜେଲ ଟ୍ୟାଙ୍କର ଟ୍ରକ ଓଡି୩୨ ସି ୪୫୫୫ ଟି ଅଟୋ କୁ ଧକ୍କା ଦେଲା l ଫଳରେ ଘାଟି ତଳକୁ ଅଟୋ ଟି ଖସିଯାଇଛି l ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଆହତ ଅଟୋ ଡ଼୍ରାଇଭର କୁ ଉଦ୍ଧାର କରି ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିବା ବେଳେ ଟ୍ରକ ଡ଼୍ରାଇଭର ଓ ହେଲେପର ଘଟଣା ସ୍ଥଳରୁ ଫେରାର ଥିବା ଜଣାପଡିଛି l