ଜାହିରାରେ ଆଦିବାସୀ ପରଂପରାକୁ ଅଣଦେଖା : ଜେଏମଏମ ତରଫରୁ କେନ୍ଦ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ରାଇରଙ୍ଗପୁର( ଅକ୍ଷୟ ବିଶ୍ୱାଳ): ମୟୃରଭଂଜ ଜିଲ୍ଲାର ବିଶୋଇ ବଜାର ନିକଟସ୍ଥା ବିର୍ସା ପ୍ରତିମୂର୍ତି ନିକଟରେ ଝାରଖଣ୍ଡ ମୁକ୍ତିମୋର୍ଚା ଦଳ ତରଫରୁ ପଶ୍ଚିମ ମୟୂରଭଂଜ ଜିଲ୍ଲା ସଭାପତି ସୁନାରାମ ହେମ୍ବ୍ରମଙ୍କ ନେତୃତ୍ବରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ବର ଟୁଡୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।ସୂଚନା ମୁତାବକଯେ ଆଦିବାସୀଙ୍କ ପୂଜାସ୍ଥଳୀ ଜାହିରାରେ ଆଦିବାସୀଙ୍କ ସାଂସ୍କୃତିକ,ସାମାଜିକ ଓ ପରଂପରା ଅନୂଯାୟୀ ଜାହିରାରେ ନାଏକ ବାବାଙ୍କ ସହାୟତାରେ ପୂଜାର୍ଚନା କରାଯାଏ ।କିନ୍ତୁ କେନ୍ଦ୍ରମନ୍ତ୍ରୀ ଏହାକୁ ଅଣଦେଖାକରି ନିଜେ ସୁଟପିନ୍ଧି ନଡିଆ କଦଳୀ ପୂଜା କରିଛନ୍ତି ।ଯାହାକୁ ନେଇ ଜେଏମଏମ ତରଫରୁ ଆଦିବାସୀ ପରଂପରାକୁ ଅଣଦେଖା କରିଥିବାରୁ କେନ୍ଦ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।ଏଥିରେ ଶୁଶାନ୍ତ ମହାନ୍ତି,ପଞ୍ଚୁ ମୁର୍ମୁ ମଧୁ ସାହୁ ପ୍ରମୁଖ ବହୁ ଜେଏମଏମ କର୍ମି ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ