ଲଗାଣ ବର୍ଷାରେ ଦୁଇ ପରିବାରଙ୍କ ଘର ମାଟିରେ ମିଶିଲା

ରାଇରଙ୍ଗପୁର( ଅକ୍ଷୟ ବିଶ୍ୱାଳ): ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ମୟୂରଭଂଜ ଜିଲ୍ଲାର ବିଶୋଇ ବ୍ଲକରେ ବହୁ ସ୍ଥାନରେ କ୍ଷୟକ୍ଷତି ଘଟିଛି।ଲଗାଣ ବର୍ଷା କାରଣରୁ ଏହି ବ୍ଲକର କୁନ୍ଦୁଳିଆ ଗ୍ରାମର ମନରଞ୍ଜନ ନାଏକଙ୍କ ୨ ବଖରା ବିଶିଷ୍ଟ ମାଟି କାଁଥ ନିର୍ମିତ ଚାଳ ଘରର କାଁଥ ଭୁଶୁଡି ପଡିଛି।ତେବେ,ସୌଭାଗ୍ୟବଶତଃ ପୂର୍ବରୁ ପରିବାର ଲୋକେ ସତର୍କ ହୋଇ ଅନ୍ୟତ୍ର ସ୍ଥାନକୁ ପଳାଇ ଯାଇଥିବାରୁ ଏଥିରୁ ଅଳ୍ପକେ ବର୍ତିଯାଇଥିଲେ।ସେହିପରି କୁନ୍ଦୁଳିଆ ଗ୍ରାମର ଉପରସାହିରେ ଥିବା କାର୍ମୀ ହେମ୍ବ୍ରମଙ୍କ ଏକ ବଖରା ବିଶିଷ୍ଟ ମାଟିକାଁଥ ଘର ମଧ୍ୟ ଚଳିତ ଲଘୁଚାପ ଜନିତ ବର୍ଷା କାରଣରୁ ସମ୍ପୂର୍ଣ୍ଣ ଭାବରେ ଭୁଶୁଡି ପଡିଛି।ବର୍ଷା ବିପନ୍ନ ଏହି ଦୁଇଗୋଟି ପରିବାରଙ୍କୁ ଯଥାଶୀଘ୍ର ଆବାସ ଯୋଗାଇ ଦିଆଯିବା ସହ ସରକାରୀ ସହାୟତା ପ୍ରଦାନ ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ