ସୁମିଙ୍ଗ ପୁଲ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ଗଞ୍ଜାମର ୧୧ ଜଣ ପ୍ରତିଯୋଗୀ
ଛତ୍ରପୁର, (ଦେବଦତ୍ତ ମହାରଣା):ଆସନ୍ତା ସେପ୍ଟେମ୍ବର ମାସ ୨୫ ଓ ୨୬ ତାରିଖରେ ଓଡିଶା ସୁମିଙ୍ଗ ସଂଘ ପକ୍ଷରୁ ଭୁବନେଶ୍ୱର ର କଳିଙ୍ଗ ଷ୍ଟାଡିୟମ୍ ର ବିଜୁ ପଟ୍ଟନାୟକ ସୁମିଙ୍ଗ ପୁଲରେ ଆୟୋଜିତ ହେବାକୁ ଥିବା ୬୧ ତମ ରାଜ୍ୟ ସୁମିଙ୍ଗ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ୧୧ ଜଣ ପ୍ରତିଯୋଗୀ ଜିଲ୍ଲା ଆଥଲେଟିକ ସମ୍ପାଦକ ଅଶୋକ କୁମାର ସାହୁଙ୍କ ନେତୃତ୍ୱରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଏହି ୧୧ ଜଣ ପ୍ରତିଯୋଗୀ ହେଲେ ଗଞ୍ଜାମ ଜିଲ୍ଲା କେମପି ସ୍ପୋର୍ଟସ ଏକାଡେମୀର ସିନିୟର ବର୍ଗର ଇ.ଲଳିତ କୁମାର, ନିତେଶ କୁମାର ମହାନ୍ତି, ଶିବ ପ୍ରସାଦ ଜେନା, ସୁବ୍ରନ୍ତ ପାତ୍ର, ରାଜା ଗୌଡ, ପ୍ରେମ କୁମାର ଦାସ, ଜିତେନ୍ଦ୍ର ଗୋଡ, ଗଣେଷ ମହାରଣା ଓ ଜୁନିୟର ବର୍ଗର ବି.ବସନ୍ତ ରେଡ୍ଡି ଓ ସବ ଜୁନିଅର ବର୍ଗର ଦୁଖା ନାୟକ ସେହିପରି ଜୁନିୟର ପାରା ସୁମିଙ୍ଗ ବର୍ଗରେ ପ୍ରୀତମ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଆସନ୍ତା ୨୪ ତାରିଖରେ ଏହି ପ୍ରତିଯୋଗୀ ମାନେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ । ଏମାନଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟୁଛି ।


