ବିଧାୟକଙ୍କ ଦ୍ବାରା କୋମାକି ଇ-ବାଇକ୍ ସୋରୁମ ଉଦଘାଟିତ
ପୋଲସରା, (ଅନିଲ ମହାରଣା):ପରିବେଶ ସୁରକ୍ଷା ପାଇଁ ସରକାର ଇ-ବାଇକ ଉପରେ ଗୁରୁତ୍ୱ ଦେବାସହ ଜନସାଧାରଣ ଯେପରି ଇ-ବାଇକ ପ୍ରତି ଆକର୍ଷିତ ହେବେ ସେଥିପାଇଁ ପ୍ରୋତ୍ସାହନ ରାଶି ମଧ୍ୟ ଘୋଷଣା କରିଛନ୍ତି।ଏଣେ ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ହେବାରେ ଲାଗିଛି । ଯାହା ଫଳରେ ବର୍ତ୍ତମାନର ଯୁବପିଢ଼ି ପେଟ୍ରୋଲ ଗାଡ଼ି ଛାଡି ଅତ୍ୟାଧୁନିକ ବ୍ୟାଟେରୀ ଚାଳିତ ଇ-ବାଇକ୍ ଉପରେ ମନ ବଳାଇବାରେ ଲାଗିଲେଣି । ଏହି ପରିପ୍ରେକ୍ଷୀରେ ପୋଲସରା ପୁରୁଣା ଥାନା ଛକଠାରେ ଶ୍ରୀ ଲକ୍ଷ୍ମୀ ମୋଟର୍ସ ପକ୍ଷରୁ କୋମାକି ବ୍ୟାଟେରୀ ଚାଳିତ ଦୁଇ ଚକିଆ ଗାଡିର ସୋରୁମ୍ ର ଶୁଭାରମ୍ଭ ହୋଇଯାଇଛି । ଶୁକ୍ରବାର ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀଲକ୍ଷ୍ମୀ ମୋଟର୍ସ ସୋରୁମ କୁ ଉଦଘାଟନ କରିଥିଲେ । ଶ୍ରୀ ଲକ୍ଷ୍ମୀ ମୋଟର୍ସ ନୂତନ ପିଢ଼ିଙ୍କ ପାଇଁ ବ୍ୟାଟେରୀ ଚାଳିତ ଉନ୍ନତ ମାନର ଜ୍ଞାନ କୌଶଳରେ ନିର୍ମିତ ସ୍କୁଟି ଓ ବାଇକ୍ ଗଚ୍ଛିତ ରଖିଥିବା ବେଳେ ଯୁବ ପିଢ଼ିଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗତ ଦୁଇ ବର୍ଷରେ ଉଭୟ ବୁଗୁଡା ଓ ପୋଲସରାରେ ଚାରି ଶହ ରୁ ଉର୍ଦ୍ଧ୍ବ ବ୍ୟାଟେରୀ ଚାଳିତ ବାଇକ୍ ବିକ୍ରୀ ହୋଇଥିବା ଶ୍ରୀଲକ୍ଷ୍ମୀ ମୋଟର୍ସର କୋମାକି ଇ-ବାଇକ୍ ର ପ୍ରୋପ୍ରାଇଟର ଏସ୍ .ସଞ୍ଜିତ କୁମାର ପାତ୍ର ସୂଚନା ପ୍ରଦାନ କରିଛନ୍ତି ।


