ଗଜପତି ଜିଲ୍ଲା ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ୬୦ ୟୁନିଟ ରକ୍ତ ସଂଗୃହୀତ

ପାରହଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରୋଟାରୀ ହଲ୍ ଠାରେ ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜିକା ଇନ୍ଦୀରା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇ ଉଦ୍‌ଗାଟନ କରିଥିଲେ । ଏହି ଅବସରରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍‌.ଲିଙ୍ଗରାଜ, ଜିଲ୍ଲା ଛାତ୍ର ବିଜେଡି ସବାପତି ବିଶ୍ୱଜିତ ତ୍ରିପାଠୀ, ବସନ୍ତ ଦାସ, ସୁଜିତ ଦାଶ ପ୍ରମୁଖଙ୍କ ସମେତ ବହୁଦ୍ଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ