ସମାଜସେବୀ ଅନ୍ନପୂର୍ଣ୍ଣା ସାହୁଙ୍କ ସ୍ମୃତିରେ ବନ୍ୟାବିପନ୍ନଙ୍କୁ ସହାୟତା
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଦିବଗଂତ ଅନ୍ନପୂର୍ଣ୍ଣା ସାହୁଙ୍କ ସ୍ମୃତିରେ ଅନ୍ନପୂର୍ଣ୍ଣା ଔଷଧ ଦୋକାନ ସୈାଜନ୍ୟତାରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ଅବବାହିକାରେ ଥିବା ବନ୍ୟା ଅଞ୍ଚଳର ପ୍ରଭାବିତ ଲୋକମାନଙ୍କୁ ସହଯୋଗର ହାତ ବଢାଇବାକୁ ଯାଇ ସେମାନଙ୍କୁ ଶୁଖିଲା ଖାଦ୍ୟ ଚୁଡା, ବିସ୍କୁଟ, ଗୁଡ ଓ ଗୋଖାଦ୍ୟ ପ୍ରଭୃତି ବଣ୍ଟନ କରାଯାଇଛି । ପାଣି ଘେରରେ ଥିବା ବିଭିନ୍ନ ସ୍ଥାନରେ ସ୍ଥାନୀୟ ସାମାଜିକ ଅନୁଷ୍ଠାନ ଗୁଡିକର ସହଯୋଗରେ ଏହି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ୱର୍ଗତା ସାହୁଙ୍କ ପୁଅ ହରେକୃଷ୍ଣ ସାହୁ ଓ ଅଜୟ କୁମାର ସାହୁ ପରିଚାଳନା କରିଥିଲେ । ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।