ଅରିନ୍ଦମ ଦାସ ଓ ସୀତାରାମ ମୁର୍ମୁଙ୍କ ବିୟୋଗରେ ହାଟଡିହି ପ୍ରେସକ୍ଲବ ପକ୍ଷରୁ ଶୋକସଭା

ହାଟଡିହି, (ବିକାଶ ବିଶ୍ୱାଳ ) : ଓଡିଶାର ଘରେ ଘରେ ପରିଚିତ ସାହାସୀ ଓ ସୁନାମଧନ୍ୟ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ୍ଟ ଯବାନ ସୀତାରାମ ମୁର୍ମୁଙ୍କ ଅକାଳ ବିୟୋଗରେ ହାଟଡିହି ପ୍ରେସ କ୍ଲବ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଛେନାପଦିଛକ ସ୍ଥିତ ମା ବିଶ୍ୱତାରିଣୀ ମନ୍ଦିରରେ ବିଶିଷ୍ଟ ଶିକ୍ଷାବିତ ତଥା କବି ଅନନ୍ତ ମୁଦୁଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶୋକସଭାରେ କିଶୋର ଆଚାର୍ଯ୍ୟ, ଗୋପାଳକୃଷ୍ଣ ରାଉତ, ସଞ୍ଜିବ କୁମାର ମହାନ୍ତି, ଅମୀୟ ବରାଳ, ବିକାଶ ବିଶ୍ୱାଳ, ଅନନ୍ତ ଚରଣ ପହି, ମନମୋହନ ନାୟକ, ଦେବବ୍ରତ ବେହେରା, ବିଭୁତି ଭୁଷଣ ଜେନା, କମଳାକାନ୍ତ ଆୟଚ, ମକରଧ୍ୱଜ ଜେନା, ନୀଳମଣି ବାରିକ, ଅଭିମନ୍ୟୁ ଜେନା, ସତ୍ୟବ୍ରତ ଯେନା ପ୍ରମୁଖ ଯୋଗଦେଇ ଅରିନ୍ଦମ ଓ ସୀତାରାମଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବାସହ ତାଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଏହି ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଓଡ୍ରାପ୍ଟ ଯବାନ ଓ କ୍ୟାମେରାମ୍ୟାନଙ୍କ ଆଶୁ ଆରୋଗ୍ୟ କାମନାକରି ମା ତାରିଣୀଙ୍କ ନିକଟରେ ଦୀପଦାନ କରିଥିଲେ । ସବୁସମୟରେ ସାମ୍ବାଦିକ ମାନେ ନିଜ ଜୀବନକୁ ବାଜି ଲଗାଇ ସମ୍ବାଦ ସଂଗ୍ରହ କରିବା ଠିକ ନୁହଁ ନିଜେ ସୁରକ୍ଷିତ ରହି କାର୍ଯ୍ୟକ୍ଷେତ୍ରରେ ଆଗେଇବା ଦରକାର ବୋଲି ବରିଷ୍ଠ ସାମ୍ବାଦିକ ମାନେ ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ