ସ୍ବର୍ଗତ ନେତା ଭରତ ଚନ୍ଦ୍ର ନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ଶୋକସଭା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଏନଏସିର ବରିଷ୍ଠ ବିଜେଡି ନେତା ତଥା କରମଙ୍ଗା ଗ୍ରାମର ମୁରବୀ ସ୍ବର୍ଗତ ଭରତ ଚନ୍ଦ୍ର ନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଏକ ଶୋକସଭା କରମଙ୍ଗା ଗ୍ରାମ୍ୟ କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ କମିଟି ଅସ୍ଥାୟୀ ସଭାପତି ଭାସ୍କର ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ଓ ଶୋକସଭାରେ କରମଙ୍ଗା ଗ୍ରାମର ରଂଜନ ନାୟକ, ସୁରେଶ କୁମାର ରାଉତରାୟ,ଧ୍ରୁବଚରଣ ନାୟକ, ସମୀର ନାୟକ, ଅଜୟ ବେହେରା, ପ୍ରଭାକର ପ୍ରଧାନ, ଲିଂଗରାଜ ନାୟକ, ପଦିଆ ଦାସ, ଅମରେଶ୍ବର ନାୟକ, ବାପି ରାଉତରାୟ ଓ ପ୍ରଭାକର ପ୍ରଧାନ ସମେତ ଗ୍ରାମ୍ୟ କମିଟିର ସଭ୍ୟମାନେ ଯୋଗଦେଇ ସ୍ବର୍ଗତ ଭରତ ନାୟକଙ୍କ ବହୁମୁଖୀ ପ୍ରତିଭାର ସମ୍ପର୍କରେ ଆଲୋଚନା କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା ନିମନ୍ତେ ନୀରବ ପ୍ରାର୍ଥନା ସହ ଗଭୀର ଶୋକ ବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଶୋକସଭାରେ ଗ୍ରାମର ସମସ୍ତ ଜନସାଧାରଣ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ