ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଜନସ୍ବାସ୍ଥ୍ୟ ଅଧିକାରୀଣି ଅନିତାରାଣୀ ରାଉତଙ୍କ ସଂଯୋଜନାରେ ସ୍ୱଚ୍ଛତା ହିଁ ସୁସ୍ଥତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶାରଦା ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ର, ସୁଶାନ୍ତ ସେନାପତି, ସୁପରଭାଇଜର ମନୋରଞ୍ଜନ ରାଉତ, ଭାନୁମତି ପ୍ରଧାନ ପ୍ରମୁଖ ଯୋଗ ଦେଇ ସ୍ୱଚ୍ଛତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସର ମେଡିକାଲ ପରିସର ସଫେଇ ହୋଇଥିବା ବେଳେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟା ମନ୍ଦିର ବିଦ୍ୟାର୍ଥୀ ଶ୍ୟାମସୁନ୍ଦର ମହାପାତ୍ର ପ୍ରଥମ, ଶୁଭସ୍ମିତା ରାଉତ ଦ୍ୱିତୀୟ ଓ ଜ୍ୟୋତିମୁଦ୍ରା ଜେନା ତୃତୀୟ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମକୁ ଦିଲ୍ଲୀପ କୁମାର ଜେନା କେଶବ ଚନ୍ଦ୍ର ସେଠୀ, ସୁଶାନ୍ତ କୁମାର ପଣ୍ଡା, ରଣଜିତ ବରାଳ, ପ୍ରଦୀପ୍ତ ପଣ୍ଡା ରଶ୍ମିରେଖା ପୃଷ୍ଟି, ପଙ୍କଜ ବେହେରା, ନିରଞ୍ଜନ ସାହୁ, ମିନତୀ ଦାସ ପରିଚାଳନା କରିଥିବା ବେଳେ ନିତ୍ୟାନନ୍ଦ ସେନାପତି ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ