ସ୍ଵାଧୀନତା ସଂଗ୍ରାମୀଙ୍କ ପରଲୋକ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ୍ ତେସିଗା ପଞ୍ଚାୟତ ଭୂଆଳପୋଖରୀ ଠାରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ପଦ୍ମନାଭ ପାତ୍ରଙ୍କ ଆଜି ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ସେ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ଥିବାବେଳେ ଆଜି ୯୫ଵର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ଗାଁ ମସାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁଅ ଅନନ୍ତ ପାତ୍ର ମୁଖାଗ୍ନୀ ଦେଇଛନ୍ତି। ମୃତ୍ୟୁ ଖବର ପାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ସରପଂଚ ସଂଗୀତା ଖଣ୍ଡେଇ, ସମାଜ ସେବୀ ରାଜେନ୍ଦ୍ର ଖଣ୍ଡାଇ, ଗୋଲକ ଚନ୍ଦ୍ର ବେହେରା, ଧନେଶ୍ଵର ଖୁଣ୍ଟିଆ, ଦୁର୍ଯୋଧନ ପାତ୍ର, ନାରାୟଣ ଚନ୍ଦ୍ର ଦାସ, ରଘୁନାଥ ଦାସ, ଭୈରବ ଚରଣ ଜେନା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।


