ଗଞ୍ଜେଇ ଚୋରା ଚାଲାଣ ମାମଲାରେ ସାକ୍ଷୀ ପ୍ରମାଣ ଅଭାବ ରୁ ୩ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ ଦିଲିପ କୁମାର ବିଶ୍ବାଳ ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାର ଶୁଣାଣି କରି ୩ ଜଣ ଅଭିଯୁକ୍ତ ଆନନ୍ଦ ପ୍ରଧାନ, ସୁବାସ ଚନ୍ଦ୍ର ସାହୁ, ଦିନେଶ କୁମାର ସାହୁ ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରକାଶ ଯେ, ନୟାଗଡ଼ ଜିଲ୍ଲା ଫତେଗଡ ଗ୍ରାମର ଏହି ତିନି ଜଣ ଅଭିଯୁକ୍ତ ୧୨/୧୧/୧୬ ରିଖ ଦିନ ଗଞ୍ଜେଇ ଚୋରାଚାଲାଣ ବେଳେ ସାରଙ୍ଗଗଡ଼ ଥାନାରେ ଅଭିଯୁକ୍ତ ଭାବେ ଧରା ପଡିଥିଲେ। ଏକ ବୋଲେରୋ ପିକ୍ ଅପ୍ ଭ୍ୟାନ ରେ ୧୭୦ କେଜି ଗଞ୍ଜେଇ ସେମାନଙ୍କ ଠାରୁ ଜବତ ହୋଇଥିଲା। ସାରଙ୍ଗଗଡ଼ ଥାନା କେସ ନମ୍ୱର୍ ୧୦୭/୧୬ ପ୍ରକାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିଲେ। ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ କୋର୍ଟରେ କେଶ୍ ନମ୍ୱର୍ ସିଟି ୧୬୨/୧୬ ରେ ବିଚାରଣ ଚାଲିଥିଲା । ଅତିରିକ୍ତ ଜିଲ୍ଲା ଦୌରା ଜଜ ଦିଲିପ କୁମାର ବିଶ୍ବାଳ ଚଳିତ ମାସ ୮ ତାରିଖ ଦିନ ସାକ୍ଷୀ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଅଭିଯୁକ୍ତ ଙ୍କ ତରଫରୁ ବାଲିଗୁଡ଼ା ଓକିଲ କ୍ଷମା ସାଗର ପ୍ରଧାନ ମାମଲା କୁ ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ