ଅଟୋ ଦୁର୍ଘଟଣା, ୩ଶିଶୁ ଓ ୫ ମହିଳାଙ୍କ ସମେତ ୧୦ ଆହତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଆର୍‌.ଉଦୟଗିରି ଥାନା ଡାବରଗୁଡା ପଞ୍ଚାୟତ ଅନ୍ତର୍ଗତ ତଇ ଗ୍ରାମ ନିକଟରେ ଅଟୋ ଦୁର୍ଘଟଣା ଘଟି ୩ଶିଶୁ ଓ ୫ ମହିଳାଙ୍କ ସମେତ ୧୦ଜଣ ଆହତ ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଏକ ସଂପ୍ରଦାୟର କୁଳ ସମାଜ ବୈଠକ ସାରି ଏକ ଅଟୋ ଯୋଗେ ଫେରୁଥିଲେ । ତେବେ ତଇ ଗ୍ରାମ ନିକଟରେ ଅଟୋଟି କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତାରେ ହିଁ ଓଲଟି ପଡିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଚନ୍ଦ୍ରଗିରି ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଏମାନଙ୍କ ମଧ୍ୟରୁ ମୋହନା ଥାନା ଅନ୍ତର୍ଗତ ଲୁହାଗୁଡି ଗ୍ରାମ ନିକଟସ୍ଥ ବାଲିବାଡ ଗ୍ରାମର ଯକ୍ଷ ଭୂୟାଁ ନାମକ ଜଣେ ବ୍ୟକ୍ତି ଗୁରୁତର ଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ