ଗଜପତି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଆଜି ପାରଳା ବିଧାୟକ ତଥା ଭାଜପା ଜିଲ୍ଲା ସଭାପତି କେ.ନାରାୟଣ ରାଓଙ୍କ ତତ୍ୱାବଧାନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଶ୍ରୀ ରାଓ କାଶୀନଗର ବ୍ଲକର ଶିଆଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନ୍ତାଗୁଡା ଗ୍ରାମର ସମସ୍ତ ଗ୍ରାମବାସୀଙ୍କୁ ସ୍ୱାଗତ ଜଣାଇଛନ୍ତି । ଭିନ୍ନ ଭିନ୍ନ ଦଳର ସମସ୍ତ ଗ୍ରାମବାସୀ ସେମାନଙ୍କ ଦଳର ବିଭିନ୍ନ କାର୍ଯ୍ୟ କଳାପ ଉପରେ ଅସନ୍ତୋଷ ପ୍ରକାଶ କରି ଭାଜପାରେ ଯୋଗ ଦେଇଥିବା ସେମାନେ ପ୍ରକାଶ କରିଛନ୍ତି । ୱାର୍ଡ ମେମ୍ବର ରମେଶ ଶବର,ଟାଙ୍ଗୁ ଶବର,ଏଙ୍କାନା ସବର, ଗୋପୀନାଥ ଶବର, ଆର୍ଶାନ ଶବର, ଆର୍ଜ ଶବର, ପ୍ରମୁଖ ଯୋଗ ଦେଇଥିଲେ । ଏହି ସମାରୋହରେ କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ.ସିମାଦ୍ରୀ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ,ଜିଲ୍ଲା ଯୁବ ସଭାପତି ସନ୍ତୋଷ ଜେନା, ଖାଣ୍ଡବା ମଣ୍ଡଳ ସଭାପତି ଉମାଶଙ୍କର ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ ।


