ଲବଙ୍ଗଲତାଙ୍କୁ କେନ୍ଦ୍ରାପଡା ବିଧାୟକଙ୍କ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଦିଲ୍ଲୀର ପ୍ରତିଷ୍ଠିତ ସମାଜସେବୀ ଗୋବର୍ଦ୍ଧନ ଧଳଙ୍କ ତରଡିପାଳସ୍ଥିତ ବାସଭବନରେ ବୁଧବାର ପହଞ୍ଚି ଶ୍ରୀ ଧଳଙ୍କ ମା ସ୍ୱର୍ଗତା ଲବଙ୍ଗଲତା ଧଳଙ୍କ ସ୍ମୃତିସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ସ୍ୱର୍ଗତା ଲବଙ୍ଗଲତା ଦେବୀଙ୍କ ସୁପୁତ୍ର ତ୍ରିଲୋଚନ, ସୁଦର୍ଶନ ଓ ଗୋବର୍ଦ୍ଧନ ବିଧାୟକ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଶୋକ କୁମାର ବିଶ୍ୱାଳ, ଡିଏଭି ସ୍କୁଲ ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ, ସାମ୍ବାଦିକ ନରେନ୍ଦ୍ର ଧଳ, ହେମାନନ୍ଦ ବିଶ୍ୱାଳ, ତରଡିପାଳ ସରପଞ୍ଚ ପ୍ରିୟଦର୍ଶିନୀ ତରାଇ, ଆଇନଜୀବୀ ଅନିଲ କୁମାର ଧଳ ପ୍ରମୁଖ ଉପସ୍ଥିତ ଥିଲେ ।


