ମମିତା ମେହେର ହତ୍ୟାକାଣ୍ଡର ଉପଯୁକ୍ତ ତଦନ୍ତ ସହ ରାଜ୍ୟ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜିଲ୍ଲା ଯୁବ କଂଗ୍ରେସର ବିକ୍ଷୋଭ

କେନ୍ଦ୍ରାପଡ଼ା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନସାଇନ କଲେଜ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡର ଉପଯୁକ୍ତ ତଦନ୍ତ କରାଯିବା ସହ ସେହି ଘଟଣାରେ ସଂପୃକ୍ତ ଥିବା ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ମୃତକଙ୍କ ପରିବାରକୁ ଆବଶ୍ୟକ କ୍ଷତିପୁରଣ ପ୍ରଦାନ ଦାବିରେ କେନ୍ଦ୍ରାପଡା ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ରାଜ୍ୟ ଗୃହମନ୍ତ୍ରୀ ଶ୍ରୀ ମିଶ୍ର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପାଟିନଖୋଲିବା ଚିନ୍ତାର କାରଣ ବୋଲି ଯୁବ କଂଗ୍ରେସ କହିଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ, ଆଳି ବିଧାନସଭା ସଭାପତି ରାଜମୋହନ ସ୍ୱାଇଁ, ମହାକାଳପଡା ବିଧାନସଭା ସଭାପତି ରତିକାନ୍ତ ବେହୁରା, ରାଜନଗର ବିଧାନସଭା ସଭାପତି ଦେବାଶିଷ ମହାନ୍ତି, ଜିଲ୍ଲା ଯୁବ କଂଗ୍ରେସ ମୁଖପାତ୍ର ସତ୍ୟ ପରିଡା,ନଗର ସଭାପତି ସେକ ଅମୀର ଅହମ୍ମଦ, ଓଁକାର ମହାନ୍ତି, ବ୍ଲକ ଯୁବ କଂଗ୍ରେସ ସଭାପତି ସୀତାଂଶୁ ନାୟକ, ସୁନିଲ ରାଉଳ, ବିଶ୍ୱରଞ୍ଜନ ତ୍ରିପାଠୀ, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ସମ୍ବିତ ଶ୍ରୀଚନ୍ଦନ, ସମୀର ଜେନା, ଚାନ୍ଦ ମିର୍ଜା, ଅଜୟ ସ୍ୱାଇଁ, ଶୁକଦେବ ଭଦ୍ର, ସେକ ସାକିର, ଜ୍ୟୋତିରଞ୍ଜନ ସେଠୀ, ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକ୍ତର, ନରେନ୍ଦ୍ର ପରିଡା, ସେକ ହାସିନ, ଏମିତାଜ ଖାନ, ସେକ ରମଜାନ, ସେଖ ତନୁ, ରଘୁନାଥ ସେଠୀ, ଚିତରଞ୍ଜନ ନାୟକଙ୍କ ସମେତ ବହୁ ଯୁବ ଏବଂ ଛାତ୍ର କଂଗ୍ରେସ ନେତା ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ