ପରିବାର ସଦସ୍ୟଙ୍କ ଉପରେ ଖଣ୍ଡାରେ ଆକ୍ରମଣ ସୁରକ୍ଷା ସହ ଅଭିଯୁକ୍ତଙ୍କୁ ଗରିଫ ନେଇ ଏସପିଙ୍କ ଦ୍ୱାରସ୍ଥ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଂଜାମ ଜିଲା କବିସୂର୍ଯ୍ୟନଗର ସହର ବାଙ୍କି ବେହେରା ସାହି ର ଶଙ୍କର ନାୟକଙ୍କ ଘରେ ପଶି ୧୬ ତାରିଖରେ ତାଙ୍କୁ ଓ ତାଙ୍କ ପରିବାର ଉପରେ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ପରିବାରଙ୍କୁ ସୁରକ୍ଷା ପ୍ରଦାନ ନେଇ ଉକ୍ତ ପରିବାର ର ସମସ୍ତ ସଦସ୍ୟ ଗୁରୁବାର ଗଂଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଉକ୍ତ ପରିବାର ର ସମସ୍ତ ସଦସ୍ୟ ଛତ୍ରପୁର ଆସି ଏସପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସପି ରମେଶ ଚନ୍ଦ୍ର ସେଠୀ ଙ୍କୁ ଭେଟି ଏସପି ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ନିଜେ ରବିବାର ଯାଇ ତଦନ୍ତ କରିବି ଏବଂ ଯିଏ ବି ଏଥିରେ ସମ୍ପୃକ୍ତ ଥିବା ତଦନ୍ତରେ ଜଣାପଡିବ ସମସ୍ତଙ୍କୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସପି ଶ୍ରୀ ସେଠି କହିଛନ୍ତି । ଏମାନଙ୍କ କହିବାନୁଯାୟୀ ପୂର୍ବ ଶତୃତାକୁ ନେଇ ୧୬ ତାରିଖ ସଂନ୍ଧ୍ୟାରେ ଶଙ୍କର ନାୟକଙ୍କ ଘରେ କେତେକ ଦୁବର୍ତ ପଶି ତାଙ୍କୁ ଆକ୍ରମଣ ସହ ତାଙ୍କ ବାପା ବାବୁ ନାୟକ ଓ ଭାଇ ଶିବ ନାୟକଙ୍କୁ ଖଣ୍ଡା ଦ୍ୱାରା ଆକ୍ରମଣ କରିଥିଲେ । ଏମାନଙ୍କୁ ଚିକିତ୍ସା ଲାଗି କବିସୂର୍ଯ୍ୟନଗର ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ସମସ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆକ୍ରମଣ ବେଳେ ହସ୍ତକ୍ଷେପ କରିବାରୁ ଗର୍ଭବତୀ ମହିଳା ଓ ଛୋଟ ପିଲାଙ୍କୁ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଶିବ ଏବେ ଭୁବନେଶ୍ୱରସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସିତ ହେଉଥିବା ଅତିରିକ୍ତ ଏସପିଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି । ଆକ୍ରମଣ ବେଳ ର ସମସ୍ତ ସିସି କ୍ୟାମେରା ଫୁଟେଜ୍ ମଧ୍ୟ ଅତିିରକ୍ତ ଏସପିଙ୍କୁ ପରିବାରବର୍ଗ ଦେଖାଇଥିଲେ । ଏନେଇ ଆହତ ଶଙ୍କର ଙ୍କ ପକ୍ଷରୁ କବିସୂର୍ଯ୍ୟଗର ଥାନାରେ ଏତଲା ଦିଆଯାଇଥିଲା । ଏଥିରେ ୬ ଜଣଙ୍କ ନାଁ ଉଲ୍ଲେଖ ରହିଥିଲେ ହେଁ ମାତ୍ର ୨ ଜଣଙ୍କ ଉପରେ ସାମାନ୍ୟ ଦଫା ଲଗାଇ ପୋଲିସ ଗିରଫ କରିଥିଲା ବୋଲି ଅଭିଯୋଗ ହୋଇଛି । ଏପରିକି ସିସି କ୍ୟାମେରା ଫୁଟେଜ୍କୁ ମଧ୍ୟ ପୋଲିସ ନେଇନଥିଲା ବୋଲି ଅତିରିକ୍ତ ଏସପିଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି । ମୁଖ୍ୟ ଅଭିଯୁକ୍ତଙ୍କ ସହ ସମସ୍ତଙ୍କୁ ଗିରଫ କରାଯିବା ସହ ସୁରକ୍ଷା ଯୋଗାଇଦେବାକୁ ପରିବାରବର୍ଗ ନିବେଦନ କରିଛନ୍ତି

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ