ମାଣିତରା ଓ ଖୋଳଖାଳି ରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଓ ଖୋଳଖାଳି ଗ୍ରାମରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ କୋଭିଡ ନିୟମ ପାଳନ ସହ ଅନୁଷ୍ଠିତ ହୋଇଯାଇଛି । ଉଭୟ ଗ୍ରାମରେ ମାଆଙ୍କ ମୃଣୟ ମୂର୍ତ୍ତି ସ୍ଥାପନ ସହ ଆକର୍ଷଣୀୟ ମେଢ଼ ନିର୍ମାଣ ସହ ବିଧି ଅନୁସାରେ ଅକ୍ଟୋବର ୧୯ ତାରିଖ ସନ୍ଧ୍ୟାରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ମାଣିତରା ରେ ମାଆଙ୍କ ପୂଜାକାର୍ଯ୍ୟ ପୁରୋହିତ କୁମୁଦ ଚନ୍ଦ୍ର ମିଶ୍ର ସମ୍ପାଦନା କରିଥିବା ବେଳେ କାର୍ତ୍ତଭାବେ ହରିକୃଷ୍ଣ ପ୍ରଧାନ କାର୍ଯ୍ୟ ତୁଲାଇଥିଲେ । ମାଣିତରା ଗଜଲକ୍ଷ୍ମୀ ପୂଜାକମିଟି ସଭାପତି କାଳୁ ଚରଣ ପ୍ରଧାନ ଓ ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ ପୂଜା ପରିଚାଳନା କରିଥିଲେ । ସେହିପରି ଖୋଳଖାଳି ଗ୍ରାମରେ ମଆ ଙ୍କ ପୂଜାର୍ଚ୍ଚନା ପୁରୋହିତ ବନମାଳୀ ରଥଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ବେଳେ କର୍ତ୍ତା ଭାବେ ଅଶ୍ୱିନୀ କୁମାର ଖଣ୍ଡାଇ କାର୍ଯ୍ୟ ସମ୍ପାଦନା କରିଥିଲେ । ଖୋଳଖାଳି ଗଜଲକ୍ଷ୍ମୀ ପୂଜା କମିଟି ସଭାପତି ଜାନକୀ ବଲ୍ଲଭ ରାଉତ ଓ ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ ପୂଜା ପରିଚାଳନା କରିଥିଲେ । ଖୋଳଖାଳି ଗ୍ରାମରେ ପୂଜା ସହ କଳାକୁଞ୍ଜ ପ୍ରଦର୍ଶିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ