ଏକକୋଟି ଟିକା କରଣ ନେଇ ଉତ୍ସବ ପାଳିତ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : କରୋନା ମହାମାରୀ ବିରୁଦ୍ଧରେ ଲଢେଇ ପାଇଁ ଭାରତ ଏବେ ଏକ କୋଟି ଟିକା କରଣ ଟପିଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସଫଳ ଟିକାକରଣ ନେଇ ଏକ ଉତ୍ସବ ପାଳିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କମଳାକାନ୍ତ ସ୍ବାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବିଡ଼ିଓ ଦେବଦତ୍ତ ଦାସ ଯୋଗଦେଇ ସଫଳ ଟିକା କରଣ ଉପରେ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିପିଏମଓ ରଶ୍ମିରେଖା ପୃଷ୍ଟି , ବିଏମ ରଣଜିତ ବରାଳ, ବିଡିଏମ ଶୁଭ୍ରା ଗାଙ୍ଗୁଲି, ପଙ୍କଜ ବେହେରା, ମନୋରଞ୍ଜନ ରାଉତ, ଅମର ରାୟ, ଲଲାଟ ପାଢ଼ୀ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଭଣ୍ଡାରିପୋଖରୀ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ସହିତ ଛାତ୍ର ଛାତ୍ରୀ ମାନେ ସଫଳ ଟିକା କରଣ ଉତ୍ସବରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ