ଦେଶୀ ମଦ ଜବତ ସହ ଦୁଇ ଗିରଫ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦେଶ କ୍ରମେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଦେଶୀ ମଦ ସହିତ ମୋଟର ସାଇକେଲ ଓ ଦୁଇ ଜଣକୁ ଗିରଫ କରାଯାଇଥିବା ଜଣାଯାଇଛି । ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିବା ବେଳେ ଭଣ୍ଡାରିପୋଖରୀ ଥାନା କୁଲଣା ବଜାର ଠାରୁ ଦୁଇ ଜଣକୁ ଗିରଫ କରାଯାଇଥିଲା । ନିକଟ ନେରଡ଼ା ଗ୍ରାମର ଚାନ୍ଦ ମଣି ନାୟକ ଓ ଭାଗଡା ଗ୍ରାମର ଆଦିତ୍ୟ ନାରାୟଣ ଧଳ ଓଆର ୦୧ଟି୮୦୮୯ମୋଟର ସାଇକେଲ ରେ ଦେଶୀ ମଦ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ସେମାନଙ୍କୁ ଧରିଥିଲା । ଜବତ ମଦର ମୂଲ୍ୟ ୫୦ହଜାର ଟଙ୍କାରୁ ଅଧିକ ହେବ ବୋଲି ସୂଚନା ଦିଆଯାଇଛି । ଚଢ଼ାଉରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲଙ୍କ ସମେତ କନେଷ୍ଟବଳ ଅନବାଦିତ୍ୟ ବାରିକ, ରମେଶ ନାୟକ, ସଂଧ୍ୟାରାଣୀ ସେନାପତି ପ୍ରମୁଖ ସାମିଲ ଥିଲେ ।


