ଥୋଡ଼ ଧାନକୁ ଦାଉ ସାଧୁଛି ପୋକ, କୃଷି ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ସଂପ୍ରତି ଖରିଫ ଧାନ ଚାଷରେ ଏବେ ଅନେକ ସମସ୍ୟା ଦେଖାଦେଇଛି । ବର୍ତ୍ତମାନ ଧାନର ଥୋଡ଼ ସମୟ ହୋଇଥିବା ବେଳେ କ୍ଷେତକୁ ପୋକ ଆକ୍ରମଣ କରିବା ଚାଷୀର ଚିନ୍ତାକୁ ବଢାଇଦେଇଛି। କେଉଁଠି ଧାନର ପତ୍ର ପୋଡି ଯାଉଛି ତ ପୁଣି କେଉଁଠି ମାଟିଆ ଗୁଣ୍ଡି ପୋକଲାଗି ଥୋଡ଼ ଧାନକୁ ନଷ୍ଟ କରିଦେଇଥିବା ଦେଖା ଯାଉଛି। ପରିସ୍ଥିତି ଏଭଳି ହୋଇଛି ଯେ ଆକ୍ରାନ୍ତ ଧାନ କ୍ଷେତରେ କୌଣସି କୀଟନାଶକ କାମ କରୁନଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଅଧିନ ପ୍ରାୟ ୧୭ହଜାର ହେକ୍ଟର ଚାଷଜମି ଏବେ ବିପଦ ଅବସ୍ଥାରେ ଥିବା ବେଳେ କୃଷି ବିଭାଗ ଏହା ଉପରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ଯଦିଓ ଇତିମଧ୍ୟରେ ଜିଲ୍ଲା କୃଷି ଅଧିକାରୀ କେତେକ ସ୍ଥାନରେ କ୍ଷେତ୍ର ପରିଦର୍ଶନ କରି ଚାଷୀ ମାନଙ୍କ ସହିତ କିଛି ଆଲୋଚନା କରିଛନ୍ତି କିନ୍ତୁ ରୋଗ ପ୍ରତିକାର ସମ୍ପର୍କରେ ସେଭଳି କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଆଜି ମଧ୍ୟ ଧାମନଗର ଜିଲ୍ଲା କୃଷି ଅଧିକାରୀ ରମେଶ ଚନ୍ଦ୍ର ରାୟ ଭଣ୍ଡାରିପୋଖରୀ କୃଷି ଅଧିକାରୀ ରାଧାରମଣ ମହନ୍ତଙ୍କ ସହ କୃଷି କର୍ମଚାରୀ ମାନେ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ରୋଗ ପୋକ ସମ୍ପର୍କରେ ଅନୁଧ୍ୟାନ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ