ରାଜପଥ ଚୋର ଗିରଫ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଜଣେ ରାଜପଥ ଲୁଟେରାକୁ ଗିରଫ କରାଯାଇ କୋର୍ଟ ପଠାଯାଇଛି । ପୂର୍ବ କେସ ମାମଲା ଅନୁଯାୟୀ ମୁନା ଜେନା ନାମକ ଯୁବକକୁ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେ ବିଭିନ୍ନ ରାଜପଥ ଲୁଟରେ ସପୃକ୍ତ ଥିବାବେଳେ ତାପୂର୍ବରୁ ୧୭୬/୨୧ରେ ଏକ ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲା ଅନୁଯାୟୀ ତାକୁ ଗିରଫ କରାଯାଇଥିବା ଜଣାପଡିଛି ।


