ପଞ୍ଚାୟତ ସ୍ତରୀୟ ସ୍କୁଲ କମିଟି ଗଠିତ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ସାନଶାସନ ଠାରେ ପଞ୍ଚାୟତ ସ୍ତରୀୟ ସ୍କୁଲ କମିଟି ଗଠିତ ହୋଇଯାଇଛି । କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କମିଟି ବୈଠକରେ ସରପଞ୍ଚ କୈଳାସ ଚନ୍ଦ୍ର ଜେନା, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ କୈଳାସ ଚନ୍ଦ୍ର ସାମଲ ଶିକ୍ଷାବିତ ସୁବାଷ ଚନ୍ଦ୍ର ଘୋଷ ଉପସ୍ଥିତ ରହି ପଞ୍ଚାୟତ ସ୍ତରୀୟ ଶିକ୍ଷା କମିଟି ଗଠନ ସମ୍ପର୍କରେ ମତଦେଇଥିଲେ । ଏଥିରେ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ଦାସ, ବସନ୍ତ କୁମାର ଦାସ, ବନମାଳୀ ମହାକୁଡ, ଲୋକନାଥ ନାୟକ, ମଞ୍ଜୁଲତା ନାୟକ, ପଦ୍ମନାଭ ବାରିକ, ଉର୍ମିଳା ଖୁଣ୍ଟିଆ, କେଶବ ଚନ୍ଦ୍ର ପହି ପ୍ରମୁଖ ଉପସ୍ଥିତ ଥିଲେ । ୱାର୍ଡ ସଭ୍ୟ ରବିନ୍ଦ୍ର କୁମାର ରାଉତ ଧନ୍ୟବାଦ ଦେଇଥିଲେ ।