ସରକାରୀ ଅଧିକାରୀଙ୍କ ସହ ସାଧାରଣ ଜନତାଙ୍କ ସିଧାସଳଖ ଆଲୋଚନା କାର୍ଯ୍ୟକ୍ରମ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ଗୁରୁବାର ଦିନ କୋଣାର୍କର ଯାତ୍ରୀ ନିବାସ ସମ୍ମୀଳନୀ କକ୍ଷରେ ସରକାରୀ ଅଧିକାରୀଙ୍କ ସହ ସାଧାରଣ ଜନତାଙ୍କ ସିଧାସଳଖ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କାକଟପୁର ବି.ଡି.ଓ ଡଃ.ତୁଷାର ଜ୍ୟୋତିରଂଜନ,ଅସ୍ତରଙ୍ଗ ବି.ଡି.ଓ ଡଃ.ବେବିତା ମଞ୍ଜରୀ ନାୟକ,ପୁରୀ ଡି.ସି.ପି.ଓ ଶ୍ରୀଯୁକ୍ତ ମନୋଜ କୁମାର ତ୍ରିପାଠୀ, ଅବସରପ୍ରାପ୍ତ ଅ୍ମାପକ ଶ୍ରୀଯୁକ୍ତ ପ୍ରକାଶଚନ୍ଦ୍ର ଖଟୋଇ, ଶିଶୁ ମଙ୍ଗଳ କମିଟୀ ସଦସ୍ୟ ଶ୍ରୀଯୁକ୍ତ ରମାଶଙ୍କର ପାତ୍ର ଏବଂ ଶକ୍ତିପଦ ମିଶ୍ର, କୋଣାର୍କ ଏନ୍‌.ଏ.ସିର କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍‌.ଶ୍ରୀନିବାସ, ରେଡିଓ ନମସ୍କାରର ଅ୍ମକ୍ଷ ଏନ୍‌.ଏ.ଶାହଃ ଅନ୍‌ସାରୀ, ଗାନ୍ଧୀବାଦି ପ୍ରବକ୍ତା ଏସ୍‌.ଏ.ସ‘ିକ୍ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗୋପ, କାକଟପୁର ଏବଂ ଅସ୍ତରଙ୍ଗ ବ୍ଲକର ବିଭିନ୍ନ ପଂଚାୟତରୁ ୧୦୦ରୁ ଉର୍ଦ୍ଧ ମହିଳା, ଯୁବକ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନେ ଯୋଗଦେବା ସହିତ ନିଜର ଅସୁବିଧା ସଂପର୍କରେ ସରକାରୀ ଅଧିକାରୀଙ୍କୁ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ଥିବା ଯୋଗ୍ୟ ହିତାଧିକାରୀଙ୍କୁ କିଭଳି ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇପାରିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା । କରୋନା ମହାମାରୀ ସମୟରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ତାଙ୍କର ଶିକ୍ଷାଦାନ ବାଧାପ୍ରାପ୍ତ ନହେବା ନିମନ୍ତେ ସରକାରଙ୍କ ବିଭିନ୍ନ ଶିଶୁମଙ୍ଗଳକାରୀ ଯୋଜନା ସଂପର୍କରେ ମନୋଜ କୁମାର ତ୍ରିପାଠୀ ସୂଚନା ଦେଇଥିଲେ । ବସୁନ୍ଧରା ଯୋଜନାରେ ଭୂମିହୀନ ଲୋକ କିଭଳି ଜମି ପାଇପାରିବେ ସେ ସଂପର୍କରେ ଶ୍ରୀ ତୁଷାର ଜ୍ୟୋତିରଞ୍ଜନ ସୂଚନା ଦେଇଥିଲେ । ବଞ୍ଚିତ ଥିବା ଯୋଗ୍ୟ ହିତାଧିକାରୀମାନେ ସଠିକ୍ ପ୍ରଣାଳୀରେ ଆବେଦନ କରିବା ସହିତ ଆବଶ୍ୟକ କାଗଜପତ୍ର ମଣ୍ଡଳ ଅ‘ିସରେ ଦାଖଲ କରିବା ପାଇଁ ଡଃ.ବେବିତା ମଞ୍ଜରୀ ନାୟକ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାମାଜିକ ସଂଗଠନ ୟଙ୍ଗଇଣ୍ଡିଆ, ଆକ୍ସନ୍‌ଏଡ୍‌, ମୋଟୋରୋଲା ସଲ୍ୟୁସନ୍ସ୍ ‘ାଉଣ୍ଡେସନ ଓ ରେଡିଓ ନମସ୍କାରର ମିଳିତ ଭାବେ ଏ କାର୍ଯ୍ୟକୁ ଆୟୋଜନ କରିଥିଲେ । ରୋଜାଲିନ୍ ପ୍ରଧାନ,ଅନ୍ଦାଜ ଆରନ୍‌,ଟିକିନା ରାଉତ,ନଜମା ବେଗମ ଏବଂ ଏସ୍ କାଜଲ ଆଦି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ପ୍ରତାପ ଚନ୍ଦ୍ର ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ