ଢୋଲ ମା’ମଙ୍ଗଳା ଉ.ପ୍ରା. ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଢୋଲ ପଞ୍ଚାୟତ ଅଧିନସ୍ଥ ମା’ମଙ୍ଗଳା ଉ.ପ୍ରା. ବିଦ୍ୟାଳୟରେ ଶନିବାର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବିତରଣ କରାଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଧାନାଥ ମିଶ୍ର, ସହକାରୀ ଶିକ୍ଷକ ଗଙ୍ଗାଧର ମହାପାତ୍ର, ଢୋଲ ନାଏବ ସରପଞ୍ଚ ପ୍ରଭାତ ରାଉତ, ଶ୍ରୀଧର ମହାନ୍ତି, ଦିଲ୍ଲିପ ମହାନ୍ତି, ଉଷାରାଣୀ ରାଉତ, ଅକ୍ଷୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ପୋଷାକ ବିତରଣ କରିଥିଲେ ।


