ଚୋରାମଦ ସହ ୨ ମଦ ବ୍ୟବସାୟୀ ଗିରଫ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଅବକାରୀ ଅଧିକ୍ଷକ ସୁବର୍ଣ୍ଣ କୁମାର ନାୟକଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗର କର୍ମଚାରୀମାନେ ଶନିବାର ବାଲିପାଟଣାରୁ ୨ଜଣ ମଦ ବ୍ୟବସାୟୀଙ୍କୁ ଗିରଫ କରିବା ସହିତ ୨୧ବୋତଲ ବିଦେଶୀ ମଦ ଏବଂ ୩ଟି ଜାର୍ ଜବତ କରି ମଦ ବେପାରୀମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି । ସେମାନଙ୍କଠାରୁ ମଦ ତିଆରି ପାଇଁ ବହୁ ପରିମାଣର ରାସାୟନିକ ପଦାର୍ଥ, ଠିପି, ବୋତଲ, ଲେବୁଲ ଷ୍ଟିକର ଏବଂ ଗୋଟିଏ ବାଇକ ଜବତ କରିଛନ୍ତି । ମଦ ବେପାରୀ ୨ଜଣ ହେଉଛନ୍ତି ଆଳି ଅଞ୍ଚଳର ସୂର୍ଯ୍ୟକାନ୍ତ ଦାସ ଓ କାଳନ୍ଦୀ ସିଂ । ଅବକାରୀ ଇନିସ୍ପେକ୍ଟର କମଳଲୋଚନ ପାଇକରାୟନେତୃତ୍ୱରେ ଅନୁଷ୍ଠିତ ଚଢାଉରେ ଏ.ଏସ.ଆଇ. ନିରୁପମା ସାହୁ ଓ ଅନ୍ୟ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ