ପରିବା ଦୋକାନରୁ ବ୍ୟବସାୟୀ ନିଖୋଜ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସହରର ଏକ ପରିବା ଦୋକାନର ମାଲିକ ଆଜକୁ ୧୩ ଦିନ ହେବ ନିଖୋଜ ହୋଇଯାଇଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁନି ଓ ଏନେଇ ବ୍ୟବସାୟୀଙ୍କ ପୁଅ ବେଲଗୁଣ୍ଠା ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଛନ୍ତି ଓ ସୂଚନା ପ୍ରକାରେ ବେଲଗୁଣ୍ଠା ଗୋପୀନାଥ ସାହି ମେନ୍ ରୋଡ଼୍ ରେ ରହୁଥିବା ରାମନାଥ ନାୟକ (୬୮)ଙ୍କର ସହରର ହାଟପଦା ଠାରେ ଏକ ପରିବା ଦୋକାନ ଅଛି ଓ ଗତ ଅକ୍ଟୋବର ୨୦ ତାରିଖରେ ରାମନାଥଙ୍କ ପୁଅ କୃଷ୍ଣଚନ୍ଦ୍ର ନାୟକ ଖାଇବା ପାଇଁ ଘରକୁ ଯାଇଥିବା ବେଳେ ନିଜେ ରାମନାଥ ଦୋକାନରେ ବସିଥିଲେ ଓ ଅପରାହ୍ଣ ଦୁଇ ଘଣ୍ଟ ସମୟରେ କୃଷ୍ଣଚନ୍ଦ୍ର ଦୋକାନକୁ ଫେରି ବାପା ରାମନାଥଙ୍କୁ ନଦେଖି ବାପାଙ୍କ ସମ୍ପର୍କରେ ଦୋକାନରେ ଥିବା ଭଣଜାକୁ ପଚାରିବା ପରେ ଆଜା ପାଖ ବଜାରକୁ ବୁଲିବାକୁ ଯାଇଛନ୍ତି ବୋଲି କୃଷ୍ଣଚନ୍ଦ୍ରଙ୍କ ଭଣଜା କହିଥିଲେ ଓ କିନ୍ତୁ ରାତ୍ରି ସୁଦ୍ଧା ରାମନାଥ ଘରକୁ ନଫେରିବାରୁ ତାଙ୍କ ପରିବାର ଲୋକେ ବ୍ୟସ୍ତ ବିବ୍ରତ ହୋଇପଡି ନିକଟସ୍ଥ ବଜାର ସହ ବନ୍ଧୁବାନ୍ଧବଙ୍କ ଘର, ମନ୍ଦିର, ପାନ୍ଥଶାଳା ଏବଂ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ରାମନାଥଙ୍କର କୌଣସି ପତ୍ତା ପାଇନଥିଲେ ଓ ରାମନାଥ ନିଖୋଜ ହେବାର ୧୨ ଦିନ ପରେ ମଧ୍ୟ ତାଙ୍କର କୌଣସି ଠିକଣା ନମିଳିବାରୁ କୃଷ୍ଣଚନ୍ଦ୍ର ଗତ ଦୁଇ ତାରିଖରେ ପିତା ରାମଚନ୍ଦ୍ରଙ୍କ ନିଖୋଜ ହେବା ନେଇ ଏକ ନିଖୋଜ ମାମଲା ବେଲଗୁଣ୍ଠା ଥାନାରେ ରୁଜୁ କରିଛନ୍ତି ଓ ଘଟଣା ନେଇ ବେଲଗୁଣ୍ଠା ପୋଲିସ୍ ରାମନାଥଙ୍କର ଫଟୋ ସହିତ ତାଙ୍କ ଚେହେରା ସମ୍ପର୍କିତ ତଥ୍ୟାବଳୀକୁ ଅନ୍ୟ ଥାନା ମାନଙ୍କୁ ପଠାଇବା ସହିତ ଖୋଜାଖୋଜି ଜାରି ରଖିଛନ୍ତି ଓ ଯଦି କୌଣସି ସହୃଦୟ ବ୍ୟକ୍ତି ରାମନାଥଙ୍କର ଠିକଣା ପାଆନ୍ତି ତେବେ ୭୨୦୫୩୭୮୮୫୭ ନମ୍ବର୍ ରେ ପୁଅ କୃଷ୍ଣଚନ୍ଦ୍ର କିମ୍ବା ୯୯୩୮୩୨୬୬୭୪ ନମ୍ବରରେ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ସହ ଯୋଗାଯୋଗ କରିବା ପାଇଁ ରାମନାଥଙ୍କ ପରିବାର ଲୋକେ ଅନୁରୋଧ କରିଛନ୍ତି


